

ସତ୍ୟଶିଖା( କଟକ)୨୦.୦୮ . ୨୦୨୨: କମୁଛି ମହାନଦୀ ଜଳସ୍ତର । ଉଭୟ ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର ହ୍ରାସ ପାଉଛି । ବର୍ତ୍ତମାନ ଉଭୟ ନଦୀରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳି ଦେଇ ମହାନଦୀର ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ ୪ ଲକ୍ଷ ୨୯ ହଜାର ୪୨୩ କ୍ୟୁସେକ୍ ଜଳ ପାସ୍ କରୁଛି । ନରାଜ ବ୍ୟାରେଜ ଦେଇ ୪ ଲକ୍ଷ ୫୩ ହଜାର ୭୪୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ ଉଭୟ ମହାନଦୀ ଓ କାଠଯୋଡ଼ିରେ ବନ୍ୟାଜଳ କମୁଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତି ମିଳିଛି ।ମହାନଦୀ ଓ କାଠଯୋଡିରେ ବନ୍ୟାଜଳ ସ୍ତର ଆହୁରି କମିବ । କାରଣ ହୀରାକୁଦ ଗେଟ ପର୍ୟ୍ୟାୟ କ୍ରମେ ବନ୍ଦ କରାଯାଉଛି । ଆଜି ସକାଳ ୬ଟା ସୁଦ୍ଧା ହୀରା ୬୨୧.୦୨ ଫୁଟ ରହିଛି । ହୀରାକୁଦ ଡ୍ୟାମକୁ ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ୩ ଲକ୍ଷ ୫୪ ହଜାର ୬୪୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।