ରାଜ୍ୟଶିକ୍ଷାସ୍ୱାସ୍ଥ୍ୟ

ଭୀମସାରରେ କରୋନା ସ୍ଥିତି ସମୀକ୍ଷା

ସତ୍ୟଶିଖା( ସମ୍ୱଲପୁର) ୧୪.୦୪.୨୦୨୧: ସମ୍ୱଲପୁର ଭୀମସାରରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମୀକ୍ଷା ପରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପୂର୍ବରୁ ଭୀମସାରରେ ୧୨୦ ବ୍ଲାଡେଡ କୋଭିଡ ହସ୍ପିଟାଲ କାର୍ଯ୍ୟକରୁଥିବା ବେଳେ ଏଥିରେ ୧୦୫ଟି ବ୍ଲାଡ ବୃଦ୍ଧି ହୋଇ ୨୨୫ରେ ପହଂଚିଛି । ଏଥିରୁ ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବ୍ଲାଡ ରହିବ ।

ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ୟରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବ । ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବ୍ଲାଡ ରହିବ । ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବ୍ଲାଡ କାର୍ଯ୍ୟ କରିବ । ଏହା ସହ ଝାରସୁଗୁଡା ଓ ବରଗଡ଼ ଜିଲ୍ଲାର ମଧ୍ୟ ସମୀକ୍ଷା କରିଛନ୍ତି ଏହି ଟିମ୍ । ତେବେ ଛତିଶଗଡରେ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ, ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର, ଭୀମସାର ନିର୍ଦ୍ଦେଶ ପ୍ରଫେସର ଲଳିତ ମେହେର, ଅଧକ୍ଷା ଡାକ୍ତର ଜୟଶ୍ରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

Show More
Back to top button