ପ୍ରଜ୍ଞା ଠାକୁର ନିଖୋଜ ନାହାନ୍ତି, ହସ୍ପିଟାଲରେ ବୋଲି କହିଲା ବିଜେପି


ଭୋପାଲ: ମଧ୍ୟପ୍ରଦେଶର ଭୋପାଲରେ କରୋନା ସ୍ଥିତି ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଏଠାକାର ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଦେଖାମିଳୁନାହିଁ। ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରଜ୍ଞା ଠାକୁର ନିଖୋଜ ଥିବା ପୋଷ୍ଟର ମରାଯାଇଥିଲା।
ଆହୁରି ପଢ଼ନ୍ତୁ
ତେବେ ପୋଷ୍ଟର ଭାଇରାଲ ହେବାରେ ବିଜେପି ପକ୍ଷରୁ ଏହାର ସଫେଇ ଦିଆଯାଇଛି। ବିଜେପି ମୁଖପାତ୍ର ରାହୁଲ କୋଠାରୀ କହିଛନ୍ତି ଯେ “ପ୍ରଜ୍ଞା ଠାକୁର ହେବ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଖି ଓ କ୍ୟାନସର ରୋଗର ଚିକିତ୍ସା ଚାଲିଛି। ତଥାପି ତାଙ୍କ ନିର୍ଦ୍ଦେଶରେ ଲୋକଙ୍କୁ ବିଭିନ୍ନ ପ୍ରକାରର ରାସନ ସାମଗ୍ରୀ ଠାରୁ ଆରମ୍ଭ କରି କମ୍ୟୁନିଟି କିଚେନ ଜରିଆରେ ଖାଦ୍ୟ ଯୋଗାଇ ଦିଆଯାଉଛି। ତେଣୁ ଏହାକୁ ନେଇ ବିବାଦ କରିବା ଅନୁଚିତ।”
ଦୀର୍ଘ ଦିନ ହେଲା ପ୍ରଜ୍ଞା ଠାକୁରଙ୍କ ଦେଖା ନ ମିଳିବାରୁ ବିଭିନ୍ନ ସ୍ଥାନରେ ତାଙ୍କର ପୋଷ୍ଟ ମରାଯାଇଥିଲା। ଏଥିରେ ଲେଖାଯାଇଥିଲା ଯେ ଭୋପାଲର ଲୋକମାନେ କରୋନା ଯୋଗୁ କଠିନ ସମୟ ଦେଇ ଗତି କରୁଛନ୍ତି। ତଥାପି ସେମାନଙ୍କ ସାଂସଦ କେଉଁଠି ଦେଖାଯାଉ ନାହାନ୍ତି। ଗୁମସୁଦା କି ତଲାସ। ଭୋପାଲର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ସବୁ ମରାଯାଇଥିଲା।