

ସତ୍ୟଶିଖା(ନୂଆଦିଲ୍ଲୀ) ୧୪.୧୨.୨୦୨୧: ଦେଶରେ କାୟା ବିସ୍ତାର କରିବାରେ ଲାଗିଲାଣି ଓମିକ୍ରନ୍ । ପ୍ରତିଦିନ ଦେଶରେ ଓମିକ୍ରନ୍ରେ ଆକ୍ରାନ୍ତ ହେଉଥିବା ଖବର ମଧ୍ୟ ଆସୁଛି । ସେହିପରି ଆଜି ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ ବର୍ଷର ବ୍ୟକ୍ତି ଜଣକ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ତେବେ ତାଙ୍କର ଜିନମ ସିକ୍ୱେନ୍ସିଂ ପରେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡିଛି । ବ୍ୟକ୍ତି ଜଣକ ନିଜ ବ୍ୟବସାୟ ପାଇଁ ଦକ୍ଷିଣ ଆଫ୍ରିକାରେ ରହିଥିଲେ । ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଞ୍ଚିଥିଲେ । ସେହିପରି ଗତ ୩ ତାରିଖରେ ପହଞ୍ଚିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।
ପରେ ସେ ୮ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହାକୁ ମିଶାଇ ଗୁଜୁରାଟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ସେପଟେ ଗତକାଲି ଓମିକ୍ରନ ନେଇଛି ପ୍ରଥମ ମୁଣ୍ଡ ।