
ସତ୍ୟଶିଖା (ପୁରୀ) ୦୯/୧୧/୨୦୨୦ : ପୁରୀ ପୋଲିସ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ । ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୁମ୍ଭାରପଡା ଥାନା ପୋଲିସ । ଏହା ସହ ଗୋଟିଏ କାର ଓ ବାଇକ ମଧ୍ୟ ଜବତ ହୋଇଛି ।ସୂଚନା ଅନୁଯାୟୀ ଏକ କାରରେ ବ୍ରହ୍ମପୁରର ୨ ଜଣ ବେପାରୀ ବ୍ରାଉନ ସୁଗାର ଧରି ପୁରୀ ଆସୁଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇବା ସହ ଦେବୀଘାଟ ଅଞ୍ଚଳରେ ଜଗି ରହିଥିଲା । ବ୍ରହ୍ମପୁରର ସଂଗ୍ରାମ କେଶରୀ ପଟ୍ଟନାୟକ ଓ ସଦାନନ୍ଦ ପୁରୀର ରବି ମହାନ୍ତି ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେଇ ଏବଂ ରମଣି ମଲ୍ଲିକଙ୍କୁ ବ୍ରାଉନ ସୁଗାର ଦେଉଥିବା ବେଳେ ପୋଲିସ ଚଢ଼ାଉ କରି ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଜବତ ବ୍ରାଉନ ସୁଗାର ମୁଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।