

ସତ୍ୟଶିଖା(ବ୍ରହ୍ମଗିରି )୨୬.୦୫.୨୦୨୨ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସାହୁପଡ଼ା ଗାଁରେ ଜଣେ ଯୁବତୀଙ୍କ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଯୁବତୀଙ୍କ ସମେତ ପରିବାରର ୫ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି।
ତେବେ ବ୍ରହ୍ମଗିରି ଥାନା ପୁଲିସ ଖୋଜାଖୋଜି କରି ସ୍ବାଗତିକା ବେହେରା, ତାଙ୍କ ବାପା ଶଙ୍କର ବେହେରା ଓ ମା’ଙ୍କୁ ଧରିଥିଲା ଏବଂ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏହାଛଡ଼ା ସ୍ବାଗତିକାଙ୍କ ଜେଜେ ଓ ଜେଜେମା’ଙ୍କୁ ବି ଜେରା କରୁଥିବାର ସୂଚନା ମିଳିଛି। ଏହା ଏକ ପ୍ରେମଜନିତ ବ୍ୟାପାର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।