ପୁଲିସ ମାଡ଼ରେ ବାପ-ପୁଅଙ୍କ ମୃତ୍ୟୁ! ସିବିଆଇ ତଦନ୍ତ ନିର୍ଦ୍ଦେଶ


ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ତୁଟିକୋରିନ୍ ଜିଲ୍ଲାରେ ବାପ-ପୁଅ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ହେବ ବୋଲି କହିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପୁଲିସ ଜୟରାଜ ଏବଂ ତାଙ୍କ ପୁଅ ଫେନିକ୍ସଙ୍କୁ ନିର୍ଯାତନା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବାପ-ପୁଅ ମୃତ୍ୟୁକୁ ନେଇ ଏବେ ତାମିଲନାଡୁ ରାଜନୀତି ସରଗରମ ରହିଛି।
ଏମିତିକି ରାଜ୍ୟର ଦୁଇ ପ୍ରମୁଖ ଦଳ ଶାସକ ଦଳ ଏଆଇଡିଏମକେ, ବିରୋଧୀ ଡିଏମକେ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇଛନ୍ତି। ଏହାବାଦ୍ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ବ୍ୟକ୍ତି ଆର୍ଥିକ ସହଯୋଗ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ମାଡ୍ରାସ ହାଇକୋର୍ଟଙ୍କୁ ଦିଆଯିବ। କାରଣ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି। କୋର୍ଟଙ୍କ ଅନୁମତି କ୍ରମେ ସିବିଆଇକୁ ପଠାଯିବ। ଏହି ଘଟଣା ହାଜତ ମୃତ୍ୟୁ ବୋଲି ଅଭିଯୋଗ ରହିଛି। ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ କ୍ରିକେଟର, ବଲିଉଡର ଅନେକ କଳାକାର ମଧ୍ୟ ଅପିଲ୍ କରିଛନ୍ତି।
ଆହୁରି ପଢ଼ନ୍ତୁ
ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ପି ଜୟରାଜ ଏବଂ ତାଙ୍କ ପୁଅ ଫୋନିକ୍ସ ଜୁନ୍ ୧୯ରେ ମୋବାଇଲ ଦୋକାନ ସମୟସୀମା ଭିତରେ ବନ୍ଦ କରିନଥିଲେ। ଏହାପରେ ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ସଥନକୁଲମ ପୁଲିସ ଗିରଫ କରିଥିଲା।
ଏହାପରେ ଜୁନ୍ ୨୧ରେ ଉଭୟ ବିଚାର ବିଭାଗୀୟ ହେପାଜତରେ ଥିଲେ। ଏହି ସମୟରେ ଥାନାରେ ପୁଲିସ କର୍ମଚାରୀମାନେ ତାଙ୍କୁ ନିର୍ଯାତନା ଦେବା ସହିତ ମାଡ଼ ମାରିଥିବା ଅଭିଯୋଗ ରହିଛି। ତେବେ ଜୟରାଜଙ୍କ ୨୨ ତାରିଖରେ ମୃତ୍ୟୁ ହୋଇଥିଲା ଏହାପରେ ୨୩ ତାରିଖ ସକାଳେ ପୁଅ ଫେନିକ୍ସଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୁଲିସ ଉପରେ ଅଙ୍ଗୁଳି ଉଠିବା ପରେ ଦୁଇ ସବ୍-ଇନ୍ସପେକ୍ଟରଙ୍କ ସମେତ ଚାରି ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
ଆହୁରି ପଢ଼ନ୍ତୁ
[ad_2]






