

ସତ୍ୟଶିଖା ୦୩/୦୨/୨୦୨୧ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ୍ କରି ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟ ଯାଇଥିଲେ । ତେବେ ମାମଲାର ଶୁଣାଣି କରି ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ପାଣିଗ୍ରାହୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।