ରାଜନୀତିରାଜ୍ୟ

ବିଧାନସଭା ଚାରିପାଖ ରାସ୍ତା ସିଲ୍, ୩୦ ପ୍ଲାଟୁନ ଫୋର୍ସ ଓ ୬୦ ଅଫିସର ନିଯୁକ୍ତ

ସତ୍ୟଶିଖା(ଭୁବନେଶ୍ଵର) ୧୨.୦୩.୨୦୨୧: ଆଜି ଠାରୁ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । ଏଥିପାଇଁ ପାଖାପାଖି ୩୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୬୦ ରୁ ଅଧିକ ଅଫିସରଙ୍କୁ ନିଯୁକ୍ତି କରାଯାଇଛି। ମନ୍ତ୍ରୀ ବିଧାୟକ କିପରି ସୁଚାରୁ ରୂପେ ଯିବା ଆସିବା କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯଦି କିଏ ଆଇନ ଉଲ୍ଲଘଂନ କରିବାକୁ ଚେଷ୍ଟା କରନ୍ତି ତାଙ୍କ ବିରୋଧରେ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆତ୍ମଦାହ ଚେଷ୍ଟା କଲେ ତାକୁ ପ୍ରତିହତ କରିବା ସହ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରାଯାଇଛି । ପୂର୍ବ ଥର ଭଳି ଏଥର ମଧ୍ୟ ସଂଯୋଗୀ ରାସ୍ତା ଗୁଡିକୁ ଡାଇଭର୍ଟ କରାଯାଇଛି।

Show More
Back to top button