ଆଜି ରେଳ ଲାଇନ୍ରୁ ମିଳିଲା ମୃତଦେହ, ରାତିରୁ ଥିଲେ ନିଖୋଜ l

ସତ୍ୟଶିଖା (ଅନୁଗୁଳ) ୧୨.୧୦.୨୦୨୦ : ଟ୍ରେନ୍ ଲାଇନ୍ ପଡିଛି ଜଣେ ବ୍ୟକ୍ତିଙ୍କ ମୃତଦହେ । ଅନୁଗୁଳ ବେଣାଗାଡ଼ିଆ ଗାଁ ପଛପଟ ଟ୍ରେନ ଲାଇନରେ ମୃତଦେହ ପଡିଛି। ଦୁଇ ଟ୍ରାକ ମଝିରେ ପଡି ରହିଛି ମୃତଦେହ। ମୃତ ଦେହକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଲାଣି। ମୃତ ବ୍ୟକ୍ତିଙ୍କ ପରିଚୟ ଯଥାକ୍ରମେ ରନ୍ତଲେଇ ଗ୍ରାମର ଶ୍ୟାମଘନ ସାହୁ ବୋଲି ଜଣାପଡିଛି । ତାଙ୍କର ବୟସ ସେହି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କର ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।ଖବର ଅନୁଯାୟୀ, ଶ୍ୟାମଘନ ଗତକାଲି ରାତିରୁ ଘରୁ ନିଖୋଜ ଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତାମିଳିନଥିଲା । ଶେଷେ ଆଜି ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ମିଳିଛି। ତେବେ ଏହା ପଛରେ କାରଣ କଣ ଏବେବି ଅଷ୍ପଷ୍ଟ ରହିଛି । ହତ୍ୟା ନାଁ ଆତ୍ମହତ୍ୟା ତାହାକୁ ନେଇ ପ୍ରଶ୍ନବାଚୀ ରହିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣା ସ୍ଥଳକୁ ପହଁଚିନାହିଁ। ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।