

ସତ୍ୟଶିଖା(ନୂଆଦିଲ୍ଲୀ ) ୦୩.୦୪.୨୦୨୧:
ବଲିଉଡର ଦିଗଜ ଅଭିନେତ୍ରୀ ଜୟାପ୍ରଦା ଆଜି ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଆନ୍ଧ୍ରପ୍ରଦେଶର ରାଜହମୁଣ୍ଡ୍ରିରେ ଜନ୍ମିତ ଜୟା ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କ ବାପା କୃଷ୍ଣ ରାଓ ଜଣେ ଫିଲ୍ମ ଫାଇନ୍ସର ଏବଂ ମା ଜଣେ ଗୃହିଣୀ ଥିଲେ । ଜୟା ଯେତେବେଳେ ତାଙ୍କ ସ୍କୁଲ୍ ଫଙ୍କସନ୍ ରେ ପରଫର୍ମ କରୁଥିଲେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦେଖି ତାଙ୍କ ଫିଲ୍ମରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସେତେବେଳେ ଜୟାଙ୍କୁ ମାତ୍ର ୧୨ ବର୍ଷର ହୋଇଥିଲା ଏବଂ ତାଙ୍କୁ ଏକ ଫିଲ୍ମ ଗୀତରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଫିଲ୍ମର ନାମ ଥିଲା ‘ଭୂମି କୋସମ’ ଏବଂ ଏହି ଫିଲ୍ମର ତିନି ମିନିଟ ଗୀତରେ ଜୟାଙ୍କୁ ଅଭିନୟ କରିବାର ଥିଲା । ଜୟା ଫିଲ୍ମରେ କାମ କରିବା ପାଇଁ ପ୍ରଥମେ ସଙ୍କୋଚ ମନେ କରୁଥିଲେ କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ଯାହାପରେ ଜୟା ଏହି କ୍ଷେତ୍ରରେ ଆଗକୁ ବଢିଥିଲେ । ପ୍ରଥମ ଫିଲ୍ମ ପାଇଁ ଜୟାଙ୍କୁ ୧୦ଟଙ୍କା ପାରିଶ୍ରମିକ ମିଳିଥିଲା ।
ଜୟା ତାଙ୍କ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚାରେ ରହିଛନ୍ତି । ୨୨ ଫେବୃଆରୀ ୧୯୮୯ ରେ, ଜୟା ଶ୍ରୀକାନ୍ତ ନହତାଙ୍କୁ ବିବାହ କରିଥିଲେ । କିନ୍ତୁ ଶ୍ରୀକାନ୍ତ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ମଧ୍ୟ ଥିଲେ । ଜାୟାଙ୍କୁ ବିବାହ କରିସାରିଲା ପରେ ମଧ୍ୟ ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇନଥିଲେ । ଯାହାକାରଣରୁ ଜୟାଙ୍କ ବିବାହ ଚର୍ଚ୍ଚାରେ ରହିଥିଲା ।
ଜୟା ପ୍ରଦା ଏବଂ ଶ୍ରୀକାନ୍ତଙ୍କର କୌଣସି ସନ୍ତାନ ନଥିଲେ । ପରେ ଜୟା ତାଙ୍କ ଭଉଣୀର ସନ୍ତାନକୁ କୋଳ କରିଥିଲେ, ଯାହାକୁ ସେମାନେ ଉଭୟ ବଢାଇଥିଲେ । ଜୟାଙ୍କ ପ୍ରକୃତ ନାମ ପ୍ରାୟତଃ କେହି ଜାମିନଥିବେ । ତାଙ୍କର ପ୍ରକୃତ ନାମ ଲଲିତା ରାଣୀ ଥିଲା କିନ୍ତୁ ପରେ ସେ ସିଲଭର୍ ସ୍କ୍ରିନ୍ ପାଇଁ ନିଜର ନାମ ବାଦଳାଇ ଦେଇଥିଲେ ।