

ସତ୍ୟଶିଖା ୦୨/୦୨/୨୦୨୧ : ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । ସିବିଏସଇ ପରୀକ୍ଷା ନେଇ ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ଜାନୁଆରୀ ୨୮ରେ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ସରିଥିଲା । ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ୟ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ।
୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ । ଏଥିରେ ୧୦୦୦ରୁ ଅଧିକ ବିଦ୍ୟାଳୟର ପ୍ରିନ୍ସିପାଲ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ କାର୍ୟ୍ୟସୂଚୀ ଘୋଷଣା ସହ ସିବିଏସଇ ଛାତ୍ରଛାତ୍ରୀମାନଙ୍କ ୪୫ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କୁହାଯାଇଛି ।