ମନୋରଞ୍ଜନସିନେମା

ଦିୱାଲୀ ପାର୍ଟିରେ ଏକାଠି ପହଞ୍ଚିଲେ ଭି-କ୍ୟାଟ୍

ସତ୍ୟଶିଖା(ମୁମ୍ଵାଇ )୨୨.୧୦.୨୦୨୨: ଆସୁଛି ଦୀପାବଳିର ପର୍ବ । ସବୁ ସ୍ଥାନରେ, ବଜାରରେ ଦେଖିବାକୁ ମିଳୁଛି ବହୁତ ଉତ୍ସାହ । ଘର ସାଜସଜ୍ଜା ଆରମ୍ଭ ହୋଇଛି । ଦୀପାବଳି ସାରା ଦେଶରେ ବଡ ଆକାରରେ ପାଳନ କରାଯାଏ। ଏଥି ସହିତ ଦୀପାବଳୀର ପାର୍ଟି ବଲିଉଡରେ ଆରମ୍ଭ ହୋଇଯାଇଛି । ଅନେକ ସେଲେବ୍ ମାନଙ୍କୁ ଚମକୁଥିବାର ଦେଖିବାକୁ ମିଳିଛି । ଏଥି ସହିତ ଚଳଚ୍ଚିତ୍ର ନିର୍ମାତା ରମେଶ ତୌରାନୀ ତାଙ୍କ ଘରେ ଏକ ପାର୍ଟୀ ରଖିଥିଲେ । ଏହି ପାର୍ଟିରେ ସିନେମା ଜଗତର ସମସ୍ତ ତାରକା ଯୋଗ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହା ସହିତ କ୍ରିତି ସାନନ୍ ତାଙ୍କ ଘରେ ମଧ୍ୟ ଦୀପାବଳି ପାର୍ଟି ମଧ୍ୟ କରିଥିଲେ । ଯେଉଁଥିରେ ଅନେକ ତାରକା ଆସିଥିଲେ। ନିକଟରେ ରମେଶ ତୌରାନୀ ତାଙ୍କ ଘର ଦିୱାଲୀ ପାର୍ଟିରେ ସମସ୍ତେ ତାରକାମାନଙ୍କୁ ସ୍ୱାଗତ କରିଥିଲେ। ଏହା ସହ ସେ କ୍ୟାମେରା ଆଗରେ ଖୁବ୍ ପୋଜ୍ ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପ୍ରାୟ ସମସ୍ତେ ଟ୍ରାଡିସ୍ନାଲ୍ ଲୁକ୍ରେ ଦେଖିବାକୁ ମିଳୁଛି। ଏହା ସହ ପାର୍ଟିର କ୍ରେଜ୍ ବଢିଯାଇଛି। ପତ୍ନୀ କାଟ୍ରିନା କୈଫଙ୍କ ସହ ଭିକି କୌଶଲ ପହଞ୍ଚିଥିଲେ। ଆପଣ ଦେଖିପାରୁଥିବେ କ୍ୟାଟ୍ରିନା ଲାଲ୍ ଇଣ୍ଡିଆନ୍ ଲୁକ୍ରେ ଚମତ୍କାର ଦେଖାଯାଉଥିବାବେଳେ ଭିକି ମଧ୍ୟ ଭଲ ସାଲୱାରରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

Show More
Back to top button