ରାଜ୍ୟ

ସ୍ଵେରେଜ ଅଘଟଣ: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ ଦେଲେ ହାଇକୋର୍ଟ

ସତ୍ୟଶିଖା(କଟକ) ୧୯.୦୪.୨୦୨୧:  କଟକ ଓ ଭୁବନେଶ୍ଵରରେ ସ୍ଵେରେଜ ଅଘଟଣକୁ ନେଇ ହାଇକୋର୍ଟଙ୍କ ବିରକ୍ତି ପ୍ରକାଶ କରିଛନ୍ତି। ବିନା ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗାଯାଉଥିବାରୁ ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ଏହି ଦୁଇଟି ଘଟଣାରେ ପ୍ରତ୍ୟକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।

ଗତ ମାର୍ଚ୍ଚ ୧୯ରେ ଭୁବନେଶ୍ଵରରେ ସ୍ଵେରେଜ କାମ ସମୟରେ ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଗତ ୧୫ ତାରିଖରେ କଟକ ସିଡିଏ ସେକ୍ଟର-୧୦ରେ ଅନୁରୂପ ଘଟିଥିଲା। ଏହି ଦୁଇଟି ଘଟଣାରେ ଫୌଜଦାରି ମାମଲା ରୁଜୁ କରି ତଦନ୍ତ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଯଦି କୌଣସି ମୃତକ ଅନୁସୂଚିତ ଜାତି କିମ୍ବା ଜନଜାତି ବର୍ଗର ହୋଇଥାନ୍ତି, ତେବେ ଏସସି/ଏସଟି ଆଇନ ଅନୁସାରେ ମାମଲା କରିବାକୁ ହାଇକୋର୍ଟ କହିଛନ୍ତି।

Show More
Back to top button