ଦେଶ

ଘରୁ ରହି କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ଆଗକୁ ଆମକୁ ଯିବାକୁ ହେବ। କାରଣ ଏଯାଏ ବାହାରିନି କରୋନା ଭ୍ୟାକସିନ୍। ତେଣୁ ସାମାଜିକ ଦୂରତା ନିୟମ ପାଳନ କରିବାକୁ ହେବ। ଏଥିପାଇଁ ଅନେକ ଘରୋଇ କମ୍ପାନୀ ଓ କେନ୍ଦ୍ର କର୍ମଚାରୀ ଘରୁ ରହି କାମ କରୁଛନ୍ତି। ଆଗାମୀ ଦିନରେ ସରକାରୀ କର୍ମଚାରୀ ମଧ୍ୟ ଘରୁ ରହି କାମ କରିବେ, ତେଣୁ ସରକାର ଏକ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ

ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁଯାୟୀ, ସରକାରଙ୍କ ୭୫ଟି ମନ୍ତ୍ରଣାଳୟ ଇ-ଅଫିସ ଜରିଆରେ ଚାଲିବ। ଏବେ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଘରୁ ରହି କାମ କରୁଛନ୍ତି। ଏମିତିକି ଇ-ଅଫିସ ଜରିଆରେ ସମସ୍ତ କାଗଜ ପତ୍ର କାମ ହେଉଛି। ଅଫିସ କାମ ହୋଇଥିବାରୁ କାଗଜ ପତ୍ର କାମ ଇ-ମେଲ ବଦଳରେ ଭିପିଏନ୍ ଏବଂ ସୁରକ୍ଷିତ ନେଟଓ୍ୱର୍କ ଜରିଆରେ ଏହି କାମ ହେବ। ମନ୍ତ୍ରଣାଳୟର ଉପ ସଚିବ ପର୍ଯ୍ୟନ୍ତ ଏହି ଭିପିଏନ୍ ଏବଂ ସୁରକ୍ଷିତ ନେଟଓ୍ୱର୍କର ସୁବିଧା ପାଇବେ।

ତେବେ ଘରୁ ରହି କାମ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ଡେସ୍କଟପ୍ ଓ ଲାପଟପ୍ ବ୍ୟବସ୍ଥା କରିବ। ଆବଶ୍ୟକ ପଡ଼ିଲେ ଆସବା ପତ୍ରର ବ୍ୟବସ୍ଥା ମଧ୍ୟ କରାଯିବ। ଇ-ଅଫିସ, ଇ-ମେଲ୍ ଏବଂ ଏସଏମଏସ ଜରିଆରେ ସମସ୍ତ କାମର ତଦାରଖ ହେବ ବୋଲି ଜଣାପଡ଼ିଛି। ଘରୁ କାମ କରୁଥିବା କର୍ମଚାରୀମାନେ ଅଫିସ୍ ସମୟ ଅନୁଯାୟୀ କାମ କରିବେ। ଘରୁ କାମ କରୁଥିବା ଅଧିକାରୀଙ୍କୁ ମନ୍ତ୍ରଣାଳୟର ଏକ ବୈଷୟିକ ଟିମ୍ ସହାୟତା କରିବ।

[ad_2]
Show More
Back to top button