ଆରୋଗ୍ୟ ହେଲେ ୩୦୩ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ


ଭୁବନେଶ୍ୱର(ସତ୍ୟଶିଖା): ମହାମାରୀ ‘କରୋନା’ରୁ ଆଜି ଆରୋଗ୍ୟ ହେଲେ ୩୦୩ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ମୋଟ୍ ୭୦୦୬ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
ଆଜି ସୁସ୍ଥ ହୋଇଥିବା ୩୦୩ ଜଣଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୨୦ ଜଣ ଅଛନ୍ତି। ସେହିପରି ଯାଜପୁରରୁ ୪୬, ଖୋର୍ଦ୍ଧାରୁ ୨୮, କଟକରୁ ୨୧, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪, ନବରଙ୍ଗପୁରରୁ ୯, ପୁରୀରୁ ୭ ଓ ବରଗଡ଼ରୁ ୬ ଆରୋଗ୍ୟ ହୋଇଛନ୍ତି। ଠିକ୍ ସେହିପରି ଢେଙ୍କାନାଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ; ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ୱଲପୁରରୁ ୩ ଜଣ ଲେଖାଏଁ; ବଲାଙ୍ଗିର, ଜଗତସିଂହପୁର, କୋରାପୁଟ ଓ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
9 from Nabarangpur
7 from Puri
6 from Bargarh
5 each from Dhenkanal, Jharsuguda & Mayurbhanj
4 each from Angul & Nuapada
3 each from Balasore, Kendrapara & Sambalpur
1 each from Balangir, Jagatsinghpur, Koraput and Malkangiri— H & FW Dept Odisha (@HFWOdisha) July 8, 2020
ଆହୁରି ପଢ଼ନ୍ତୁ
ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ‘କରୋନା’ରେ ୧୦୬୨୪ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦୬ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୩୬୧୮ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୧୩ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]