ଧର୍ମ

ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି।

ସତ୍ୟଶିଖା :୨୧/୦୪/୨୦୨୫: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଶ୍ରୀବିଗ୍ରହଙ୍କ ଅବକାଶ ନୀତି ସରି ବେଶ ହେଉଥିବା ବେଳେ ଭିତରକାଠ ନିକଟରେ ଜଣେ ଯବାନଙ୍କ ଗୋଡ଼ରେ କାଚ ପଶିଯାଇଥିଲା। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ମନ୍ଦିରରେ ଏହି ରକ୍ତ ଛିଟା ପଡିଥିଲା। ଏଣୁ ବିଧି ପରମ୍ପରା ମୁତାବକ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା ।

ମହାସ୍ନାନ ସମୟରେ ସର୍ବସାଧାରଣ ଦର୍ଶନ କିଛି ସମୟ ଧରି ବନ୍ଦ ରହିଥିଲା। ସ୍ନାନ ସରିବା ପରେ ଏବେ ପୁନର୍ବାର ସର୍ବସାଧାରଣ ଦର୍ଶନ ହେବ। ସୂଚନେଯୋଗ୍ୟ, ଆଜି ମହାପ୍ରଭୁଙ୍କୁ ପଇତା ଲାଗି ନୀତି ହୋଇଥାନ୍ତା। ଏଥିପାଇଁ ସର୍ବ ସାଧାରଣ ଦର୍ଶନ ସନ୍ଧ୍ୟା ୫ଟାରୁ ରାତି ୧୦ ଟାଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥାନ୍ତା। ହେଲେ ମହାସ୍ନାନ ପାଇଁ ନୀତି ବିଳମ୍ବ ହେବା ଯୋଗୁ ସନ୍ଧ୍ୟା ୬ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ  ବୋଲି ଜଣାଯାଇଛି।

Show More
Back to top button