ଦୁର୍ଘଟଣା

ଶିକ୍ଷକଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଜଗତସିଂହପୁର(ସତ୍ୟଶିଖା): ଜଗତସିଂହପୁର-ମାଛଗାଁ ରାସ୍ତାର ଗୋପାଳପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ପ୍ରଶାନ୍ତ କୁମାର ପଣ୍ଡା। ତାଙ୍କ ଘର ଗରାମ ଗାଁରେ ବୋଲି ଜଣାପଡ଼ିଛି। ପ୍ରଶାନ୍ତ ଶିକ୍ଷକତା କରୁଥିଲେ।

ପ୍ରଶାନ୍ତ ଆଜି ବାଲିକୁଦାରୁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଗୋପାଳପୁର ନିକଟରେ ଏକ ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଦୁର୍ଘଟଣାରେ ପ୍ରଶାନ୍ତଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି।

[ad_2]
Show More
Back to top button