ନ୍ୟୁଜ୍ରାଜ୍ୟ

କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣା

ସତ୍ୟଶିଖା ୧୬/୦୨/୧୦୨୧ : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ପିସିସିଏଫ ଶଶୀ ପଲଙ୍କ କର୍ଲାପାଟ ଗସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ହାତୀ ମୃତ୍ୟୁ ଘଟଣା ପରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ୮ ଟିକିଆ ହାତୀ ପଲରୁ ୬ ହାତୀ ମୃତ୍ୟୁ ପରେ ଅନ୍ୟ ଦୁଇ ହାତୀକୁ ବନ ବିଭାଗ ଟ୍ରାକ୍ କରୁଛି । କଦଳୀରେ ଆଣ୍ଟିବାୟୋଟିକ ଖାଇବାକୁ ଦିଆଯାଇଛି । ଦୁଇ ହାତୀର ନମୁନାରେ କୌଣସି ଲକ୍ଷଣ ସଂକ୍ରମଣ ଦେଖାଯାଉ ନ ଥିବା ପିସିସିଏଫ ଶଶୀ ପଲ ସୂଚନା ଦେଇଛନ୍ତି । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ଏବଂ ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ସ୍ଥାନୀୟ ଅଞ୍ଚଳରେ ଗୃହ ପାଳିତ ପଶୁଙ୍କୁ ଟିକାକରଣ କରାଯାଉଛି ।  ହାତୀ ପିଉଥିବା ପାଣିକୁ ବିଶୋଧନ କରାଯାଇଛି ।

Show More
Back to top button