ରାଜ୍ୟ
୧୧ ଜିଲ୍ଲାରେ ସପ୍ତାହକୁ ୨ଦିନ ଶଟ୍ଡାଉନ


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ୧୧ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ଶଟ୍ଡାଉନ କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ସେ କହିଛନ୍ତି,୧୧ଟି ଜିଲ୍ଲାରେ ପ୍ରତି ସପ୍ତାହରେ ଶନିବାର ଓ ରବିବାର ଦିନ ଶଟ୍ଡାଉନ କରାଯିବ। ସେହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର। ଏହି ସମୟରେ କୌଣସି ଅଫିସ ଖୋଲା ରହିବ ନାହିଁ। କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଆତଯାତ କରିପାରିବେ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୦ପାର କରିଛି।