ଧର୍ମନ୍ୟୁଜ୍ରାଜ୍ୟ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ସତ୍ୟଶିଖା ( ପୁରୀ )୧୯ /୧୧ /୨୦୨୧: ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ଉପରେ କଟକଣା ଲଗାଇଛି ପ୍ରଶାସନ । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହେବ ।  ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜାଇବେ ।

ଆଜିର ଏହି ଦୁର୍ଲଭ ସୁବର୍ଣ୍ଣ ବେଶ ଦର୍ଶନରୁ ଭକ୍ତ ଶ୍ରଦ୍ଧାଳୁ ବଞ୍ଚିତ ହେବେ । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ବନ୍ଦ ରଖାଯାଇଛି ।

Show More
Back to top button