ଖେଳନ୍ୟୁଜ୍ବାଣିଜ୍ୟମନୋରଞ୍ଜନରାଜ୍ୟ

ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ଲିଗ୍‌ ଆରମ୍ଭ, ପର୍ପଲ ଓ ଭାଓଲେଟ୍‌ ବିଜୟୀ

ସତ୍ୟଶିଖା (କଟକ) ୨୩/୦୧/୨୦୨୧ : ଭୁବନେଶ୍ୱରର କିଟ୍‌ ଷ୍ଟାଡିୟମରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ ଲିଗ୍‌ । ଉଦ୍‌ଘାଟନୀ ମ୍ୟାଚ୍‌କୁ ଓଡ଼ିଶା ପର୍ପଲ ଦଳ ଜିତିନେଇଛି । ଏହି ଦଳ ୫୭ ରନ୍‌ରେ ଓଡ଼ିଶା ରେଡ୍‌କୁ ହରାଇଛି । ଟସ୍‌ ଜିତି ବ୍ୟାଟି˚ କରିଥିବା ପର୍ପଲ ୪ ଵିକେଟ୍‌ ବିନିମୟରେ ୧୨୨ ରନ୍‌ କରିଥିଲା ।  ସରିତା ମେହେର (୫୫)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅଧିନାୟିକା ମଧୁସ୍ମିତା ବେହେରା ୪୫ ରନ୍‌ କରିଥିଲେ । ଜବାବରେ ରେଡ୍‌ ନିୟମିତ ଭାବେ ଵିକେଟ୍‌ ହରାଇ ୧୪.୫ ଓଭରରେ ୬୫ ରନ୍‌ କରିପାରିଥିଲା । ଜାନକୀ ରେଡ୍ଡୀ ୩, ଶୁଭ୍ର ନିର୍ଝରିଣୀ ସ୍ବାଇଁ, ବନଲତା ମଲ୍ଲିକ ଦୁଇଟି ଲେଖାଏଁ ଏବ˚ ମଧୁସ୍ମିତା ବେହେରା ଓ ଜିଏମ୍‌ ଅଳକାନନ୍ଦା ୧ ଵିକେଟ ଲେଖାଏଁ ନେଇଥିଲେ । ଅଲରାଉଣ୍ତ ପ୍ରଦର୍ଶନ ପାଇଁ ମଧୁସ୍ମିତାଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ ।

ଦ୍ବିତୀୟ ମ୍ୟାଚ୍‌ରେ ରଶ୍ମିତା ଚିନାରାଙ୍କ ଅର୍ଧଶତକ ସାଙ୍ଗକୁ କଳ୍ପନା ନାୟକଙ୍କ ୩ ୱିକେଟ୍‌ ସଫଳତା ବଳରେ ଓଡ଼ିଶା ଭାଓଲେଟ୍‌ ୫ ରନ୍ (ଡିଏଲ୍‌ଏସ୍‌)ରେ ଓଡ଼ିଶା ଗ୍ରିନ୍‌କୁ ପରାସ୍ତ କରିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାଓଲେଟ ୨ ୱିକେଟ୍‌ ହରାଇ ୧୧୯ ରନ୍‌ କରିଥିଲା । ରଶ୍ମିତା ୫୧ ଏବଂ ଅଧିନାୟିକା ଅଞ୍ଜଳି ସିଂହ ୨୩ ରନ୍ କରି ଆଉଟ ହୋଇଥିଲେ ।  ତେବେ ସ୍ବିଟି ବେଉରା ୧୮* ଓ କୁନି ବଦରା ୧୧* ଅପରାଜିତ ରହି ଦଳୀୟ ସ୍କୋର୍‌କୁ ୧୦୦ ପାର୍‌ କରିଥିଲେ । ରାମେଶ୍ୱ

ରୀ ନାଏକ ଓ ସୁଶ୍ରୀ ଏ ସିଂହ ଗୋଟିଏ ଲେଖା‌ଏଁ ୱିକେଟ୍‌ ନେଇଥିଲେ ।
ଜବାବରେ ଗ୍ରିନ୍‌ ଦଳର ୪.୧ ଓଭର ବେଳକୁ କିଛି ଫ୍ରଡ୍‌ଲାଇଟ୍‌ ତ୍ରୁଟି ଦେଖାଯିବାରୁ ଖେଳ ସ୍ଥଗିତ ରହିଥିଲା । ଫଳରେ ଗ୍ରିନ୍‌ ସମ୍ମୁଖରେ ଡିଏଲ୍‌ଏସ୍‌ ପ୍ରଣାଳୀ ଅନୁଯାୟୀ ୧୨ ଓଭରରେ ୮୧ ରନ୍‌ର ଲକ୍ଷ୍ୟ ରହିଥିଲା । ଏହାକୁ ପିଛା କରି ଗ୍ରିନ୍‌ ୬ ୱିକେଟ୍‌ ହରାଇ ୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସଫଳ ବ୍ୟାଟର୍‌ ଭାବେ ରସନରା ପରୱିନ (୧୭, ୧୫ ବଲ୍‌) ଏବଂ ବିଏଲ୍‌ଏସ୍‌ ବୈଷ୍ଣୋବୀ (୧୨, ୧୮ ବଲ୍‌) କେବଳ ଦୁଇ ଅଙ୍କ ଛୁଇଁଥିଲେ । ରଶ୍ମିତାଙ୍କୁ ମ୍ୟାଚ୍‌ ଶ୍ରେଷ୍ଠ ପୁରସ୍କାର ମିଳିଥିଲା ।ପ୍ରଥମ ରାଜ୍ୟ ସଂଘ ଭାବେ ଓଡ଼ିଶା ଏକ ରାଜ୍ୟସ୍ତରୀୟ ମହିଳା ଟି-୨୦ ଆୟୋଜନ କରିଛି । ଏହାର ପ୍ରଥମ ସଂସ୍କରଣରେ ମୋଟ ୫ ଦଳକୁ ନେଇ ୨୨ ମ୍ୟାଚ୍‌ ଖେଳାଯିବ । ସେଥିରେ ୫ ଦିବାରାତ୍ର ମ୍ୟାଚ୍‌ ସାମିଲ ରହିଛି । ମଧୁସ୍ମିତା ବେହେରା ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଭଳି ରାଜ୍ୟର ପ୍ରମୁଖ କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିଛି । ଏହି ଲିଗ୍‌ର ଶୁକ୍ରବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଓସିଏ ସିଇଓ ସୁବ୍ରତ କୁମାର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।

Show More
Back to top button