ରାଶିଫଳ

ମଙ୍ଗଳବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିକ୍ଷା ( ମଙ୍ଗଳବାର ) ୨୯ .୦୯.୨୦୨୦ : 

ମେଷ – ଆଜି ଗୁରୁଚନ୍ଦ୍ର ଯୋଗ ପ୍ରଭାବରୁ ସକାଳୁ ସକାଳୁ ଅର୍ଥ ଲାଭ ସଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ । ବନ୍ଧୁମାନଙ୍କ ସହ ଶୁଭ କାର୍ଯ୍ୟ ପରିପ୍ରେକ୍ଷୀରେ ଦିନଟି ବିତାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ବୃଷ – ଭାଗ୍ୟସ୍ଥାନକୁ ଶୁକ୍ର ଦେଖୁଥିବାରୁ ପୂର୍ବ ପରିକଳ୍ପିତ ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମିଥୁନ – ମଙ୍ଗଳଙ୍କ ଦୃଷ୍ଟିରେ ବୁଧ ଥିବାରୁ ପାରିବାରିକ ଅସ୍ଥିରତାଜନିତ ମନ ଭଲ ରହିବ ନାହିଁ । ଅବଶ୍ୟ ବ୍ୟବସାୟରେ ଚେଷ୍ଟା କଲେ ଉପକୃତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

କର୍କଟ – ଚତୁର୍ଥ ଏକାଦଶାଧିପ ରାଶିରେ ଥିବାରୁ ଚେଷ୍ଟା ସଫଳ ହେବାରେ କୌଣସି ଅସୁବିଧା ହେବ ନାହିଁ । ଅଜଣା ବ୍ୟକ୍ତିର ସାହାର୍ଯ୍ୟ ପାଇବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

ସିଂହ – ତୃତୀୟସ୍ଥ ବୁଧ ଷଷ୍ଠାଧିପତିଙ୍କ ଦୃଷ୍ଟିରେ ଥିବାରୁ ନିକଟସ୍ଥ ବ୍ୟକ୍ତି ବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୫ ।

କନ୍ୟା – ମିତ୍ରକ୍ଷେତ୍ରସ୍ଥ ରାଶ୍ୟାଧିପ ହେତୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଗ୍ରହଣ କରି ଉପକୃତ ହେବେ । କାମଗୁଡିକ ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ତୁଳା – ଶୁକ୍ରଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟାର ସରଲ ସମାଧାନ ହୋଇଯିବ । ଭୋଗ ବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ବିଛା – ଦ୍ୱାଦଶଭାବରୁ ମଙ୍ଗଳ ଦେଖୁଥିବାରୁ ଆଜି ସକାଳୁ ସକାଳୁ ଦୂର ଯାତ୍ରା କରିବାକୁ ପଡିପାରେ । ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

ଧନୁ – ଆଜିର ଗ୍ରହ ଯୋଗରୁ ଦୀର୍ଘଦିନରୁ ପ୍ରତିକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟ ସ୍ୱଜନମାନଙ୍କ ଉପସ୍ଥିତି ଯୋଗୁଁ ଖୁସୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମକର – ରାହୁଙ୍କ ସ୍ଥିତି ସୁସମ୍ପର୍କରେ ଭୁଲ୍ ବୁଝାମଣା ଜନିତ ଫାଟ ସୃଷ୍ଟି କରିପାରେ । ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟ ଉନ୍ନତି ଘଟିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

କୁମ୍ଭ – ଶୁଭ ଭାବରେ ଶୁକ୍ର ହେତୁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇ କେତେକ କାମ ହାସଲ କରିବେ । ଶୁଭ ରଙ୍ଗ ଗ୍ରିନ୍ । ଶୁଭ ଅଙ୍କ ୩ ।

ମୀନ – ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କ ଦୋଷ ଖୋଜି ବୁଲିବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

Show More
Back to top button