ଗୁରୁବାର ରାଶିଫଳ : କେମିତି କଟିବ ଆଜିର ଦିନ


ସତ୍ୟଶିଖା,(ଭୁବନେଶ୍ୱର) ୨୫ .୦୩ .୨୦୨୧ :
ମେଷ – ଗୁରୁବାର ବୁଝାମଣା ମାଧ୍ୟମରେ ପ୍ରତ୍ୟେକ କାମକୁ ସମ୍ଭାଳି ନେବେ । ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାଶ୍ୱିର୍କ ପରିସ୍ଥିତି ଅନେକାଂଶରେ ଭଲ ରହିବ । ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୫ ।
ବୃଷ – ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ମିଥୁନ – ଦିନଟି ଯାତ୍ରା ପାଇଁ ପ୍ରତିକୂଳ ନ ହେଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
କର୍କଟ – ଗୁରୁବାର ଆର୍ଥିକ ସ୍ଥିତି ଭଲ ରହିବ କିମ୍ବା ଅର୍ଥ ସମସ୍ୟା ସୁଧୁରୁ ଯିବ । କର୍ମକ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯଦ୍ଦ୍ୱାରା ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ସିଂହ – ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତି ବୁଦ୍ଧିରେ କାର୍ଯ୍ୟ ସାଧନାରେ ସମର୍ଥ ହେବେ । ବହୁତ ଅନୁସନ୍ଧାନ ପରେ ଅପରାହ୍ନରେ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
କନ୍ୟା – ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । କିନ୍ତୁ ବନ୍ଧୁମାନଙ୍କ ସାହାର୍ଯ୍ୟ ଓ ସହ-ଯୋଗରୁ ଉତ୍ସାହିତ ହେବେ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ତୁଳା – ପ୍ରତ୍ୟେକ କାମରେ ସଫଳତା କାରନରୁ ମାନସିକ ସ୍ଥିତି ଭଲ ରହିବ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶରେ ପଛେଇ ଯାଇପାରନ୍ତି । ମାଲିମୋକଦ୍ଦମାର ସରଳ ସମାଧାନ ହୋଇଯିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ବିଛା – ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଧନୁ – ଗୁରୁବାରର କର୍ମକ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିବେ । ପାରିବାରିକ , ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ମକର – ଗୁରୁବାର ସାଧାରଣ କାଥାକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି । ଇଚ୍ଛା ନ ଥିଲେ ମଧ୍ୟ ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
କୁମ୍ଭ – ଗୁରୁବାର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେହ ଅସୁବିଧା ହେବ ନାହିଁ । ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ମୀନ – ଗତକାଲି ଠାରୁ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ପରିବାରରେ ମତାନ୍ତର ଅଶାନ୍ତିର କାରଣ ପାଲଟି ଯାଇପାରେ । ଗୁରୁଜନଙ୍କ ସ୍ୱାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।