ରାଜ୍ୟ

ଆରୋଗ୍ୟ ହେଲେ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ଆରୋଗ୍ୟ ହେଲେ ଆଉ ୩୧ କରୋନା ଆକ୍ରାନ୍ତ। ସମସ୍ତଙ୍କ ଘର ଯାଜପୁର ଜିଲ୍ଲାରେ। ଏମାନଙ୍କୁ ମିଶାଇ ରାଜ୍ୟରେ ୧୧୬ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆହୁରି ପଢ଼ନ୍ତୁ

ରାଜ୍ୟରେ ଆଜି ସୁଦ୍ଧା ୪୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୧୮ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।  



[ad_2]

Show More
Back to top button