

ସତ୍ୟଶିଖା( ବାଲେଶ୍ୱର )୨୭.୧୦ .୨୦୨୧: ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ କିଛି ମତ୍ସ୍ୟଜୀବୀ ଧରିଥିବା ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି କରିଛନ୍ତି। ବଜାରରେ ତେଲିଆ ଭୋଲା ମାଛର କିଲୋ ପ୍ରତି ଦର ୧୨,୬୦୦ ଟଙ୍କା ରହିଛି।
ମା’ ବସନ୍ତୀ ନାମକ ଏକ ଟ୍ରେଲରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଗତକାଲି ସେମାନେ ୩୩ଟି ଭୋଲା ମାଛ ଧରି ଫେରିଥିଲେ। ପରେ ସେଗୁଡ଼ିକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରି ଦିଆଯାଇଥିଲା।
ଏହି ମାଛକୁ ବିଦେଶକୁ ରପ୍ତାନୀ କରାଯାଇଥାଏ। ସେଠାରେ ଏହି ମାଛରେ ମେଡିସିନ ତିଆରି ହୋଇଥାଏ ବୋଲି ଜଣାଯାଇଛି।