ବାଣିଜ୍ୟ

ବ୍ଲକ୍ ହେଲା ଆଇଡିଆ-ଭୋଡାଫୋନ୍ ଓ ଏୟାରଟେଲ୍‌ର ଏହି ପ୍ଲାନ,

ନୂଆଦିଲ୍ଲୀ, ୧୩|୦୭: ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ ଭାରତୀ ଏୟାରଟେଲ୍‌ର ପ୍ଲାଟିନମ୍ ଓ ଭୋଡାଫୋନ-ଆଇଡିଆର ରେଡ୍ ଏକ୍ସ ପ୍ରମିୟମ ପ୍ଲାନକୁ ବ୍ଲକ୍ କରିଦେଇଛି । ଏହି ପ୍ଲାନରେ କିଛି ୟୁଜରଙ୍କୁ ହାଇସ୍ପିଡ୍ ଡାଟା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଏପରି ହେବା ଦ୍ୱାରା ଅନ୍ୟ ଗ୍ରାହକମାନଙ୍କୁ ଠିକ୍ ସୁବିଧା ମିଳୁନଥିବା ଅଭିଯୋଗ ହୋଇଥିଲା । ଟ୍ରାଇ ଏହି ଦୁଇ କମ୍ପାନୀକୁ କିଛି ଦିନ ପାଇଁ ଏବି ସ୍ୱତନ୍ତ୍ର ପ୍ଲାନ୍ ହଟାଇବାକୁ କହିଛି ।

ଟ୍ରାଇ ଏବାବଦରେ ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆକୁ ଏହି ସ୍ୱତନ୍ତ୍ର ପ୍ଲାନ ବାବଦରେ ପ୍ରଶ୍ନ କରିଛି । ଏଥିରେ କିଛି ନିର୍ଦ୍ଦିଷ୍ଟ ୟୁଜରଙ୍କୁ ଅଧିକ ଡାଟା ସ୍ପିଡ୍ ପ୍ରଦାନ କରାଯାଇଥିଲା । ଏହାକୁ ନେଇ ଅନ୍ୟ ୟୁଜରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟ ଗ୍ରାହକଙ୍କ ପାଇଁ କଣ ବ୍ୟବସ୍ଥା ହୋଇଛି ବୋଲି ଟ୍ରାଇ ପଚାରିଛନ୍ତି ।

ଏହାକୁ ନେଇ ଏୟାରଟେଲ୍ ପ୍ରବକ୍ତା କହିଛନ୍ତି ଯେ, କମ୍ପାନୀ ସମସ୍ତ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଉଛି । ପୋଷ୍ଟପେଡ୍ ଗ୍ରାହକଙ୍କୁ ମଧ୍ୟ ଉନ୍ନତମାନର ସେବା ପ୍ରଦାନ କରାଯାଉଛି । ଟ୍ରାଇ ଏୟାରଟେଲକୁ ଉତ୍ତର ରଖିବାକୁ ୭ଦିନର ସମୟ ଦେଇଛନ୍ତି ।

ଭୋଡାଫୋନ-ଆଇଡିଆ କହିଛନ୍ତି ଯେ, ରେଡ୍ ଏକ୍ସ ପ୍ଲାନରେ ପୋଷ୍ଟପେଡ୍ ଗ୍ରାହକଙ୍କୁ ଉନ୍ନତମାନର କଲିଂ, ଡାଟା, ଅନ୍ତରାଷ୍ଟ୍ରୀୟ ରୋମିଂ ପ୍ରଦାନ କରାଯାଉଥିଲା । ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଟ ମାନର ୪ଜି ସେବା ଯୋଗାଇବାକୁ କମ୍ପାନୀ ବଦ୍ଧ ପରିକର ।

Show More
Back to top button