ଦେଶ

କରୋନା ଯୋଦ୍ଧାଙ୍କ ଦରମା ଦୁଇ ଗୁଣ କଲେ ଏହି ରାଜ୍ୟର ସରକାର

ଚଣ୍ଡିଗଡ଼: ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀ ବା କୋଭିଡ ଯୋଦ୍ଧାଙ୍କ ଦରମାକୁ ଦୁଇ ଗୁଣ ବଢ଼ାଇଛନ୍ତି ହରିଆଣା ସରକାର। କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଏହି ଦୁଇ ଗୁଣ ବର୍ଦ୍ଧିତ ଦରମା ମିଳିବ।

ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି, ଏହି ନୂଆ ଘୋଷଣା ସମସ୍ତ ଡାକ୍ତର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ପାରା ମେଡିକାଲ ଷ୍ଟାଫଙ୍କ ପାଇଁ ଲାଗୁ କରାଯିବ। ସାମ୍ନାରେ ରହି କରୋନା ସହ ଲଢ଼େଇ କରୁଥିବା ଲୋକମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି।

ଆହୁରି ପଢ଼ନ୍ତୁ

ସେହିପରି କରୋନା ବିରୋଧରେ ଲଢ଼େଇ କରୁଥିବା ପୁଲିସ୍‌ମାନଙ୍କ ପାଇଁ ମଧ୍ୟ ସରକାର ୩୦ ଲକ୍ଷର ବୀମା କରିଛନ୍ତି। ଏହି ବୀମା ଅର୍ଥ ହରିଆଣା କୋଭିଡ-୧୯ ରିଲିଫ ଫଣ୍ଡରୁ ଦିଆଯିବ ବୋଲି ସେ କହିଛନ୍ତି।

ହରିଆଣା ଡିଜିପି ମନୋଜ ଯାଦବ କହିଛନ୍ତି, ପୁଲିସ୍ କର୍ମଚାରୀମାନେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ସହ ମଧ୍ୟ ଆମ କର୍ମଚାରୀମାନେ ଡିଲ କରୁଛନ୍ତି। ତେଣୁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

[ad_2]
Show More
Back to top button