ଦେଶନ୍ୟୁଜ୍

କେରଳରେ ଶିଗେଲା ବ୍ୟାକ୍ଟେରିଆର ଆତଙ୍କ: ସ୍ୱରମା ଖାଇବା ପରେ ଜଣେ ମୃତ, ୫୮ ଅସୁସ୍ଥ

ସତ୍ୟଶିଖା( ନୂଆଦିଲ୍ଲୀ )୦୫.୦୫.୨୦୨୨ : କେରଳର କାସରଗୋଡ ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟରେ ରବିବାର ଦିନ ସ୍ୱରମା ଖାଇବା ପରେ ୫୮ ଜଣ ଲୋକ ଅସୁସ୍ଥ ହେବା ସହ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୋଜନ ବିଷାକ୍ତ ଘଟଣା ପଛରେ ଶିଗେଲା ବ୍ୟାକ୍ଟେରିଆକୁ ଏହାର କାରଣ ଭାବେ କୁହାଯାଉଛି ।

ଅଧିକାରୀ ଜଣକ କହିଛନ୍ତି ଯେ, ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ କୋଜିକୋଡେ ମେଡିକାଲ କଲେଜକୁ ପଠାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ରିପୋର୍ଟରେ ଶିଗେଲା ବ୍ୟାକ୍ଟେରିଆରୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି ।

ଏହା ଏକ ବ୍ୟାକ୍ଟେରିଆ ଜନିତ ରୋଗ ଭାବରେ ପରିଗଣିତ ହେଉଛି ଏବଂ ଏହାର ପରିମାଣସ୍ୱରୂପ ଜୀବାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ଏବଂ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଶିଗେଲା ବ୍ୟାକ୍ଟେରିଆ ଥିବା ଲୋକଙ୍କଠାରେ ଡାଇରିଆ, ଜ୍ୱର ଏବଂ ପେଟ ଯନ୍ତ୍ରଣା କିମ୍ବା କଷ୍ଟ ସାଧାରଣତଃ ୭ ଦେଖାଯାଏ ।

Show More
Back to top button