ରାଶିଫଳ

ବୁଧବାର କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ :

ସତ୍ୟଶିଖା ୧୬/୧୨/୨୦୨୦ :
ମେଷ 
– କାର୍ଯ୍ୟ ହାସଲ ସକାଶେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଦ୍ୱିଜା ନକ୍ଷତ୍ରର ସମସ୍ତ କାମ ଝିନ୍‌ଝଟ୍ ମଧ୍ୟରେ ଚାଲିବ । ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ବୃଷ – ଏକାଧ୍ଚଳ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବନ୍ଧୁମାନେ ଆବଶ୍ୟକୀୟ ସହ-ଯୋଗ କରିବେ । ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମିଥୁନ – ପ୍ରତେକ କ୍ଷେତ୍ରରେ କୌଶଳରେ କାର୍ଯ୍ୟ ହାସଲ କରି ନେବେ । ସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ସାମୟିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

କର୍କଟ – ପ୍ରତ୍ୟେକ ପରିସ୍ଥିତିରେ ଦୃଢ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଆଜି କେବଳ ହାତରୁ ଖାଇ ପର ପାଇଁ ଖଟିବେ । ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ, ମାତ୍ର କିଛି ଅନିଷ୍ଟ କରି ପାରିବେ ନାହିଁ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨ ।

ସିଂହ – ମନ କଥାଟିକୁ ଲୁଚାଇରଖି ପ୍ରତ୍ୟକ୍ଷରେ ହସଖୁସିରେ କଥାବାର୍ତ୍ତା କରିବାକୁ ବାଧ୍ୟ ହେବେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କନ୍ୟା – ଆଜି ଦୂରସ୍ଥାନକୁ  ଯାତ୍ରା କରିବା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ଯଥାସମ୍ଭବ କମ୍ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ତୁଳା – କର୍ମ କ୍ଷେତ୍ରରେ ଯାହା ଓ ଯେମିତି କଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ରଙ୍ଗ ୧।

ବିଛା – ଆଜି କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ଦୀର୍ଘ ଦିନର ଆଶା ଫଳବତୀ ହବୋ ସହ ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ଧନୁ – ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କର ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝିପାରିବେନି । ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡିପାରେ । ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମକର – ଅତୀତ ଘଟଣାକୁ ମନେପକାଇ ଭାବପ୍ରବଣତାବଶତଃ ମନୋବଳ ହ୍ରାସ ପାଇବ । ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶତ୍ରୁପୀଡାଜନିତ ଟେନ୍ସନ ଲାଗି ରହିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧।

କୁମ୍ଭ  – ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡିବ । ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ସଫଳତା ହାସଲ କରିବେ । ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ମୀନ – କାର୍ଯ୍ୟ ହାସଲ ହେବା କାରଣରୁ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ । କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ । ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

Show More
Back to top button