ଧର୍ମନ୍ୟୁଜ୍ରାଜ୍ୟ

ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ସତ୍ୟଶିଖା(ପୁରୀ )୨୯.୦୬. ୨୦୨୨:  ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୫ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ସେଠାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ  ।

ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ସକାଳ ୮ଟାରୁ ପରିମାଣିକ ଦର୍ଶନ ପରେ ଚାଲିଛି ସର୍ବସାଧାରଣ ଦର୍ଶନ । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମୟ ରହିଛି ।

ଶ୍ରୀନଅର ଠାରୁ ସିଂହଦ୍ୱାର ଯାଏଁ  ସ୍ୱତନ୍ତ୍ର ସେଡ୍ ବ୍ୟାରିକେଡରେ ଶ୍ରଦ୍ଧାଳୁଙ୍କ ଭିଡ଼  ଲାଗିଛି। ଆଜି ଓ କାଲି ୨ ଦିନ ଧରି ନବଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ ।  ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍‌ ମୁତୟନ ଥିବା ବେଳେ ଜଳ ସିଞ୍ଚନ ପାଇଁ ଅଗ୍ନିଶମ ଗାଡ଼ି ମୁତୟନ ଅଛନ୍ତି।

Show More
Back to top button