Uncategorizedନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୧୦.୦୩.୨୦୨୨ :      : ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରେ ସଙ୍ଗରୋଧରୁ ୬୪, ସ୍ଥାନୀୟ ଅଂଚଳରୁ ୪୪ ଓ ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ଅଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୩୫୩କୁ ବୃଦ୍ଧି ପାଇଛି। ନୂଆ ଚିହ୍ନଟଙ୍କ ମଧ୍ୟରେ ଗଜପତିରୁ ୧୬, ଖୋର୍ଦ୍ଧାରୁ ୧୪ ଓ ଷ୍ଟେଟପୁଲରୁ ୩ ଜଣ ଅଛନ୍ତି। ଅନ୍ୟ ଚିହ୍ନଟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୯ ଜଣ, କଟକ, ସମ୍ବଲପୁର ଓ ବୌଦ୍ଧରୁ ୮ ଜଣ ଲେଖାଏଁ, ଗଂଜାମ ଓ କେନ୍ଦ୍ରାପଡ଼ାରୁ ୭ ଜଣ ଲେଖାଏଁ ଏବଂ ନବରଙ୍ଗପୁରରୁ ୬ ଜଣ ଅଛନ୍ତି। ସେହିପରି ବାଲେଶ୍ୱର, ବଲାଙ୍ଗୀର, ଯାଜପୁର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଏବଂ ବରଗଡ଼, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ମୟୁରଭଞ୍ଜ, ନୂଆପଡା, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଅଛନ୍ତି।

ଅନ୍ୟପକ୍ଷରେ ଦିନକରେ ୧୭୦ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୫୦କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ସକ୍ରିୟ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭ ରହିଛି।

Show More
Back to top button