ଦୁର୍ଘଟଣାରାଜ୍ୟ

ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ଜଣଙ୍କ ଜୀବନ

ସତ୍ୟଶିଖା(ଫୁଲବାଣୀ ) ୩୧.୦୫.୨୦୨୧: ଟାଙ୍କି ସଫା ବେଳେ ଘଟିଲା ଅଘଟଣ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ଜଣଙ୍କ ଜୀବନ । ମୃତକ ସନ୍ତୋହ କହଁର ଓ ସଞ୍ଜୟ ପ୍ରଧାନ । ପୁଲବାଣୀ ପିଟବାରି ଗାଁର ଘଟିଛି ଘଟଣା ।

ଖବର ଅନୁଯାୟୀ, ପିଟବାରି ଗାଁର ଏକ ଲାଟ୍ରିନ୍ ଟାଙ୍କି ସଫା ଚାଲିଥିଲା । ଠିକ୍ ଏହି ସମୟରେ ଟାଙ୍କି ସଫା କରୁଥିବା ୨ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଯାଇଛି । ନୂତନ ଭାବେ ନିର୍ମାଣ ହୋଇଥିବା ଟାଙ୍କିକୁ ସଫା କରୁଥିବା ବେଳେ ଘଟିଛି ଅଘଟଣ । ତେବେ ମୃତ୍ୟୁବରଣ କରିଥିବା ୨ଜଣ ହେଲେ ସନ୍ତୋଷ କହଁର ଓ ସଞ୍ଜୟ ପ୍ରଧାନ ବୋଲି ଜଣାପଡିଛି । ଏଭଳି ଅକାଳ ମୃତ୍ୟୁକୁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Show More
Back to top button