ଖାଦ୍ୟରୋଷେଇ

ଦଲିଆ ଖେଚୁଡି

ସତ୍ୟଶିଖା (ଭୁବନେଶ୍ୱର ) ୨୪.୦୯.୨୦୨୩ :

ଆବଶ୍ୟକ ସାମଗ୍ରୀ-

ଦଲିଆ, ଲୁଣ, ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଭ୍ରୁସଙ୍ଗ ପତ୍ର, ଜିରା, ଫୁଲକୋବି, ବିନ୍ସ, ଗାଜର, ରାଜମା, ଅଦା, ପିଆଜ, ରସୁଣ, ଟମାଟୋ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଲୁଣ , ହଳଦୀ ପାଉଡର ଏବଂ ପାଣି ଦେଇ ଦଲିଆକୁ ସଝାଇ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ଭ୍ରୁସଙ୍ଗ ପତ୍ର, କଟା ଅଦା, କଟା ରସୁଣ ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜି ହୋଇ ଆସିଲେ, ସେଥିରେ ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହେବାପରେ , ସେଥିରେ ଛୋଟ ଛୋଟ କଟା ହୋଇଥିବା ଫୁଲକୋବି, ବିନ୍ସ, ଗାଜର, ରାଜମା ପକାଇ ଭାଜିବେ । ଏହା ହାଲକା ଭାଜି ହେବା ପରେ, ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଲୁଣ ଏବଂ ସିଝାଇ ରଖିଥିବା ଦଲିଆ ପକାଇ  ଭଲଭାବେ ଗୋଳାଇବେ । ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳିବେ । ଏହା ଭଲଭାବେ ମିକ୍ସ ହେବା ପରେ, ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଦଲିଆ ଖେଚୁଡି । ଏବେ ଗରମ ଗରମ ଏହାକୁ ଖାଇ ପାରିବେ ।

 

Show More
Back to top button