
ସତ୍ୟଶିଖା (ମୁମ୍ବାଇ) ୧୫/୦୧/୨୦୨୧ : ସୈଫ ଅଲି ଖାନଙ୍କ ୱେବ ସିରିଜ ତାଣ୍ଡବ ରିଲିଜ ହେବାପରେ ବିବାଦ ମୁଣ୍ଡ ଟେକିଛି । ତାଣ୍ଡବରେ ସୈଫ ଅଲି ଖାନଙ୍କ ସହ ଡିମ୍ପଲ କାପାଡ଼ିଆ, ସୁନୀଲ ଗ୍ରୋଭର, ଜିଶାନ ଅୟ୍ୟୁବ, ଗୌହର ଖାନ ମଧ୍ୟ ଅଭିନୟ କରିଛନ୍ତି । ୱେବ୍ ସିରିଜର ପ୍ରଥମ ଏପିସୋଡରେ ହିଁ ବିବାଦ ଆରମ୍ଭ ହୋଇଛି । ଜିଶାନ ଅୟ୍ୟୁବ ଭଗବାନ ଶିବଙ୍କ ଭେଷରେ ନଜର ଆସିଛନ୍ତି । ଏହି ଭେଶଭୁଷାରେ ସେ ଏକ ୟୁନିଭର୍ସିଟିରେ ଛାତ୍ରଙ୍କୁ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି । ମଞ୍ଚରେ ଛିଡା ହୋଇ ସେ କହିଛନ୍ତି, ‘ଆପଣମାନଙ୍କୁ କାହାଠାରୁ ସ୍ୱାଧୀନତା ଦରକାର’ । ଜିଶାନ ମଞ୍ଚକୁ ଆସୁ ଆସୁ ସଞ୍ଚାଳକ କହିଛନ୍ତି, ‘ନାରାୟଣ-ନାରାୟଣ, ପ୍ରଭୁ କିଛି କରନ୍ତୁ, ରାମଙ୍କ ଫଲୋୟର୍ସ ସୋସିଆଲ ମିଡ଼ିଆରେ ଲଗାତାର ବଢ଼ିବାରେ ଲାଗିଛନ୍ତି । ଆମକୁ କିଛି ନୂଆ ଷ୍ଟ୍ରାଟେଜି ଆପଣେଇବାକୁ ହେବ।’ଭଗବାନ ଶିବଙ୍କ ଭେଷରେ ଜିଶାନ ଅୟ୍ୟୁବ କହିଛନ୍ତି, ‘କଣ କରିବି, ଛବି ବଦଳାଇ ଦେବିକି ?’ ମଞ୍ଚ ସଞ୍ଚାଳକ ପୁଣି କହିଛନ୍ତି, ‘ଭୋଲେନାଥ ଆପଣ ତ ବହୁତ ଭୋଳା’ ତାଣ୍ଡବର ପ୍ରଥମ ଏପିସୋଡର ଏହି ଦୃଶ୍ୟକୁ ନେଇ ଦର୍ଶକ ବହୁତ କ୍ରୋଧ ଜାହିର କରିଛନ୍ତି । ଏହି ଦୃଶ୍ୟ ହିନ୍ଦୁ ଧର୍ମର ଭାବନାକୁ ପକ୍ଷାଘାତ କରିଥିବା ଦର୍ଶକ ଅଭିଯୋଗ ହୋଇଛି । ଏହା ସ୍ୱିକାରଯୋଗ୍ୟ ନୁହେଁ ବୋଲି ଦର୍ଶକ କହିଛନ୍ତି ।
ଜଣେ ୟୁଜର ଏହି ଦୃଶ୍ୟକୁ ସେୟାର କରି ତାଣ୍ଡବ ନିର୍ଦ୍ଦେଶକ ଅଲି ଅବ୍ବାସ ଜଫରଙ୍କୁ ଟାର୍ଗେଟ କରି ଏହାକୁ ଟୁକୁଡା ଟୁକୁଡା ଗ୍ୟାଙ୍ଗକୁ ଗ୍ଲୋରିଫାଇ କରୁଥିବା କହିଛନ୍ତି ।ୟୁଜର୍ସଙ୍କ ଅନୁଯାୟୀ, ଜିଶାନ ଅୟ୍ୟୁବ ଏହି ଦୃଶ୍ୟରେ ଶ୍ରୀରାମ ଓ ଭଗବାନ ଶିବଙ୍କୁ ଅପମାନିତ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତାଣ୍ଡବକୁ ବଏକଟ କରିବାକୁ ଦାବି ଜୋର ଧରିଛି ।