ମନୋରଞ୍ଜନସିନେମା

ନ୍ୟୁୟର୍କରେ ‘ସୋନା’ ନାମକ ରେଷ୍ଟୁରାଣ୍ଟ ଖୋଲିଲେ ପ୍ରିୟଙ୍କା

ସତ୍ୟଶିଖା,(ମୁମ୍ବାଇ) ୨୨.୦୩ .୨୦୨୧  : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟର ନାମ ଯେବେଠୁ ପଦାକୁ ଆସିଛି, ସେବେଠାରୁ ସମସ୍ତେ ତାହାର ଝଲକ୍ ଦେଖିବାକୁ ଅପେକ୍ଷା କରିଛନ୍ତି । ନିକଟରେ ପ୍ରିୟଙ୍କା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଭିତର ଝଲକ ଦେଖାଇବା ପାଇଁ ଇନଷ୍ଟାଗ୍ରାମରେ ଏକ ଲିଙ୍କ୍ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ରେଷ୍ଟୁରାଣ୍ଟର ଭିତର ଦୃଶ୍ୟ ଦେଖାଯାଉଛି ।

ପ୍ରିୟଙ୍କାଙ୍କ ସୋନା ରେଷ୍ଟୁରାଣ୍ଟ ଭିତରରୁ ବେଶ କ୍ଲାସି ଏବଂ କୁଲ୍ । ଫଟୋଗୁଡ଼ିକୁ ଦେଖିଲେ ଲାଗୁଛି, ଅଭିନେତ୍ରୀ ଏହି ରେଷ୍ଟୁରାଣ୍ଟରେ ଥିବା ସମସ୍ତ ଜିନିଷର ବିଶେଷ ଯତ୍ନ ନେଇଛନ୍ତି । ରେଷ୍ଟୁରାଣ୍ଟରେ, ଗୋଟିଏ ପାର୍ଶ୍ୱରେ ଚେୟାର ଏବଂ ଟେବୁଲର କମ୍ବିନେସନ୍ ରଖାଯାଇଛି ଏବଂ ଅନ୍ୟ ପଟେ ସୁନ୍ଦର କାଉଚ୍ ଦେଖିବାକୁ ମିଳୁଳି । ଏହି ରେଷ୍ଟୁରାଣ୍ଟର ଫ୍ଲୋର୍ କାଠରେ ନିର୍ମିତ ।  ଭିତର ବିଷୟରେ କହିବାକୁ ଗଲେ ପ୍ରତ୍ୟେକ ଟେବୁଲ ଉପରେ ଏକ ଲ୍ୟାମ୍ପ୍ ମଧ୍ୟ ରଖାଯାଇଛି । ଏହା ସହିତ, ଲାଇଟର କମ୍ବିନେସନ୍ ରେଷ୍ଟୁରାଣ୍ଟର ସୌନ୍ଦର୍ଯ୍ୟ ଆହୁରି ବଢାଉଛି ।

ଅଭିନେତ୍ରୀ ତାଙ୍କ ସୋନା ରେଷ୍ଟୁରାଣ୍ଟର ଯେଉଁ ଲିଙ୍କ୍ ସେୟାର କରିଛନ୍ତି, ସେଥିରେ ଓପନ୍ ନିକ୍ ନେମ୍ ମିମି ନାମକ ଏକ ଡାଇନିଂ ରୁମ୍ ମଧ୍ୟ ରଖାଯାଇଛି । ଏହି ଡାଇନିଂ ରୁମରେ ୩୦ ଜଣ ଲୋକ ଏକାଠି ଖାଇପାରିବେ । ପ୍ରିୟଙ୍କା ଚୋପ୍ରାଙ୍କ ଏହି ରେଷ୍ଟୁରାଣ୍ଟ ମାର୍ଚ୍ଚ ଶେଷ ସୁଦ୍ଧା ଖୋଲିବ । ଏଠାରେ ଲୋକମାନେ ୫ ରୁ ୧୧ ଟା ପର୍ଯ୍ୟନ୍ତ ଖାଇବାକୁ ଯାଇପାରିବେ ।

କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ସୋନା ରେଷ୍ଟୁରାଣ୍ଟର କିଛି ଫଟୋ କ୍ୟାପସନ୍ ସହିତ ସେୟାର କରିଥିଲେ । ଫଟୋ ସେୟାର କରି ପ୍ରିୟଙ୍କା ଲେଖିଥିଲେ, ‘ସୋନାଙ୍କୁ ଉପସ୍ଥାପନ କରି ମୁଁ ବହୁତ ଖୁସି । ନ୍ୟୁୟର୍କର ଏକ ନୂତନ ରେଷ୍ଟୁରାଣ୍ଟ, ଯେଉଁଥିରେ ମୁଁ ଭାରତୀୟ ରୋଷେଇ ପାଇଁ ମୋର ଭଲପାଇବାକୁ ପୂରଣ କରିପାରିବି । ସୋନାରେ ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ଫ୍ଲେବର୍ସ ଭରି ରହିଛି । କିଚେନ୍ କୁ ହରି ନାୟକ ସମ୍ଭାଳିବେ ।‘

Show More
Back to top button