ଦେଶରାଜନୀତିରାଜ୍ୟ

ଆଜି ଓଡ଼ିଶା ଆସୁଛନ୍ତି RSS ର ସଂଘଚାଳକ ମୋହନ ଭାଗବତ

ସତ୍ୟଶିଖା(ଭୁବନେଶ୍ୱର ) ୨୪.୦୮ .୨୦୨୧:  ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର ସଂଘଚାଳକ ମୋହନ ଭାଗବତ ।  ୫ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ୱର ପହଞ୍ଚିବେ । ଭାଗବତ ଏହି ଗସ୍ତ ସମୟରେ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୨୬ ରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦଶର୍ନ କରିବେ । ଏହାସହ ଗୋବଦ୍ଧର୍ନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ପରେ ସଂଘର ବିଭିନ୍ନ ବୈଠକରେ ଯୋଗଦେବେ । ଏହି ବୈଠକରେ ସାଧାରଣତଃ ସାଂଗଠନିକ ବିଷୟ ଉପରେ ଗୁରୁତ୍ବ ଦିଆଯିବ ।

କରୋନା ସଂକ୍ରମଣରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱୟଂ ସେବକମାନଙ୍କ ଦ୍ୱାରା କରାଯାଇଥିବା ରାଜ୍ୟବ୍ୟାପୀ ସେବାକାର୍ଯ୍ୟର ସମୀକ୍ଷା କରାଯିବ ।  ତେବେ କୋଭିଡ-୧୯ ନିୟମ ପାଳନ ପୂବର୍କ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୋରାନା କାରଣରୁ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ  ବୋଲି କୁହାଯାଇଛି ।

Show More
Back to top button