ନ୍ୟୁଜ୍ରାଜ୍ୟ

ଚିତ୍ତରଞ୍ଜନ ହତ୍ୟା ମାମଲା: ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚ

ସତ୍ୟଶିଖା(ଭୁବନେଶ୍ୱର ) ୨୭.୧୨.୨୦୨୧: ଚିତ୍ତରଞ୍ଜନ ହତ୍ୟା ମାମଲାରେ ଆଜି ରିମାଣ୍ଡ ଶେଷ ପରେ ୨ ଅଭିଯୁକ୍ତ କୋର୍ଟରେ ହାଜର ହୋଇଛନ୍ତି । ଏହି ଦୁଇ ଅଭିଯୁକ୍ତ ଅଶୋକ ଓ ଜଗନ୍ନାଥଙ୍କୁ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ ।

କିନ୍ତୁ ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ହାଜର ହେବା ପରେ କେବଳ ଅଶୋକଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚ ।

ଏନେଇ ଗ୍ରାମ୍ୟ ନ୍ୟାୟାଳୟରେ ଆବେଦନ ହୋଇଛି । ସୁଚନା ଅନୁସାରେ ଦିନକ ଦିନ ଏହି ରହସ୍ୟ ବଢିବାରେ ଲାଗିଛି । ଯେତିକି ବ୍ୟକ୍ତିଙ୍କ ସଂକୃକ୍ତି ବଢୁଛି ସେତିକି ଏହା ରହସ୍ୟମୟ ହେବାରେ ଲାଗିଛି ।

ସେପଟେ ଚିତ୍ତଙ୍କ  ସ୍ତ୍ରୀ ଓ ଭଉଣୀ ତଦନ୍ତ କୁ ଅଶନ୍ତୋଷ ବ୍ୟକ୍ତ କରି କହିଛନ୍ତି “କ୍ରାଇମ୍‌ବ୍ରାଞ୍ଚ୍ ଠିକ୍ ତଦନ୍ତ କରୁ। ଅଯଥାରେ ତଦନ୍ତର ମୋଡ଼କୁ ବଦଳାଇବା ପାଇଁ ଚେଷ୍ଟା ନକରୁ । ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରୁ। ନହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ “

Show More
Back to top button