ଦେଶ

ସାମାଜିକ ଦୂରତା ନିୟମ ଭାଙ୍ଗି ଗିରଫ ହେଲେ ଗୋସ୍ୱାମୀ

କୋଲକାତା: ସାମାଜିକ ଦୂରତା ନିୟମ ଭାଙ୍ଗିବାରୁ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ବିଜେପି ନେତା ବାପି ଗୋସ୍ୱାମୀ ଏବଂ ତାଙ୍କର ଦୁଇ ସହଯୋଗୀ। ବାପି ଗୋସ୍ୱାମୀ ଜଲପାଇଗୁଡା ଜିଲ୍ଲାର ବିଜେପି ସଭାପତି। ଲକଡାଉନ୍ ବେଳେ ଲୋକଙ୍କ ସମସ୍ୟା ବାବଦରେ ଅବଗତ କରାଇବାକୁ ଜିଲ୍ଲାପାଳଙ୍କ ଅଫିସକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

କାରରେ ଯାଉଥିବା ବେଳେ ଏହି ତିନି ଜଣ ପାଖାପାଖି ବସିଥିଲେ। ଯାହାକି ସାମାଜିକ ଦୂରତା ଗାଇଡ୍ ଲାଇନକୁ ଉଲ୍ଲଂଘନ କରୁଥିବା କହି ପୁଲିସ ଗିରଫ କରିଛି। ଏବେ ବାପି ଗୋସ୍ୱାମୀଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି।

ଆହୁରି ପଢ଼ନ୍ତୁ

ଗିରଫ ନେଇ ବାପି ଗୋସ୍ୱାମୀ କହିଛନ୍ତି, ପୁଲିସ୍ ଏବେ ଟିଏମସିର ମୁଖପାତ୍ର। ଟିଏମସି ନିର୍ଦ୍ଦେଶରେ ତାଙ୍କୁ ଗିରଫ କରାଯାଇଛି। ସେମାନେ ସାମାଜିକ ଦୂରତା ରକ୍ଷା କରି ତିନି ଜଣ ବସିଥିଲେ ବୋଲି ଗୋସ୍ୱାମୀ କହିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହଁ ପୂର୍ବରୁ ମୋଦି ସରକାରଙ୍କ ଜଣେ କେନ୍ଦ୍ର ରାଜ୍ୟ ମନ୍ତ୍ରୀଙ୍କୁ ପୁଲିସ ଘରୁ ଗାଡ଼ିରେ ବାହାରିବାକୁ ଅନୁମତି ଦେଇନଥିବା ବେଳେ ଜଣେ ସାଂସଦଙ୍କୁ ଗୃହବନ୍ଦୀ କରି ରଖିଛି ପଶ୍ଚିମବଙ୍ଗ ପୁଲିସ୍।

[ad_2]
Show More
Back to top button