ଗୋଡ଼ମୁଦି ପିନ୍ଧିବାବେଳେ କରନ୍ତୁ ନାହିଁ ଏସବୁ ଭୁଲ୍

ସତ୍ୟଶିଖା ୦୮/୧୨/୨୦୨୦ : ବିବାହିତା ମହିଳା ୧୬ପ୍ରକାରର ଶୃଙ୍ଗାର କରିଥାନ୍ତି ଏବଂ ଏହି ୧୬ଟି ଶୃଙ୍ଗାରରେ ପାଦର ପାଉଁଜି ମଧ୍ୟ ସାମିଲ ହୋଇଥାଏ । ପାଦର ପାଉଁଜିକୁ ମହିଳାଙ୍କ ଶେଷ ଶୃଙ୍ଗାର କୁହାଯାଇଥାଏ । ସମସ୍ତଙ୍କୁ ସୁନା କିମ୍ବା ଚାନ୍ଦିର ଗହଣା ପିନ୍ଧିବା ପସନ୍ଦ ହୋଇଥାଏ । କିନ୍ତୁ କିଛି ଗହଣା ଏପରି ହୋଇଥାଏ ଯାହା ସୁନା ପିନ୍ଧା ଯାଇ ନଥାଏ ବରଂ ତାହା କେବଳ ଚାନ୍ଦିର ପିନ୍ଧି ପାରିବେ ।
ଶାସ୍ତ୍ର ଅନୁଯାୟୀ ସୁନା ହଜିଯିବା କିମ୍ବା ମିଳିବା ଦୁଇଟିଯାକ ଅଶୁଭ ହୋଇଥାଏ ଏବଂ ଯଦି ରାସ୍ତାରେ କେଉଁଠାରେ ମଧ୍ୟ ଆପଣଙ୍କୁ ସୁନାର କୌଣସି ବସ୍ତୁ କିମ୍ବା ଗହଣା ମିଳେ ତେବେ ଏହା ଆପଣଙ୍କ ଏବଂ ଆପଣଙ୍କ ସ୍ବାମୀ ଉପରେ କୁପ୍ରଭାବ ପକାଇଥାଏ । ସୁନାକୁ ଗୁରୁ ଗ୍ରହ ସହ ଯୋଡ଼ା ଯାଇଥାଏ ଏହି କାରଣରୁ ସୁନା ହଜିବା କିମ୍ବା ପାଇବା ଗୁରୁ ଗ୍ରହର ପ୍ରଭାବକୁ କମ୍-ବେଶୀ କରିଥାଏ । ଗହଣା ଅଧିକାଂଶ ମହିଳାଙ୍କୁ ପସନ୍ଦ ହୋଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଗହଣା ବିଷୟରେ କହିବା ଯାହା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏପରି ବିଶ୍ବାସ ରହିଛି ଯେ ପ୍ରତ୍ୟେକ ବିବାହିତା ମହିଳାଙ୍କୁ ଗୋଡ଼ ମୁଦି ପିନ୍ଧିବା ଉଚିତ୍ । କିନ୍ତୁ ଏହା ପଛର ରହସ୍ୟ ବିଷୟରେ ଆପଣ ବୋଧ ହୁଏ ଜାଣି ନଥିବେ । ମହିଳାମାନେ ନିଜ ଗୋଡ଼ ଆଙ୍ଗୁଳିରେ ମୁଦି ପିନ୍ଧିଥାନ୍ତି ଏବଂ ଏହାକୁ ମହିଳାଙ୍କ ଶୃଙ୍ଗାରର ଶେଷ ଗହଣା କୁହାଯାଇଥାଏ । ମହିଳାଙ୍କ ସମସ୍ତ ଶୃଙ୍ଗାରର ମଥାମଣି ଏବଂ ଗୋଡ଼ମୁଦି ମଧ୍ୟରେ ହୋଇଥାଏ କାରଣ ଲୋକେ ମଥାମଣିଠୁ ଗହଣା ପିନ୍ଧିବା ଆରମ୍ଭ କରିଥାନ୍ତି ଏବଂ ଗୋଡ଼ମୁଦିରେ ସମାପ୍ତ କରିଥାନ୍ତି ।
ବାସ୍ତବରେ ସୁନାର ଗୋଡ଼ ମୁଦି ପିନ୍ଧିବା ଅଶୁଭ ହୋଇଥାଏ ଏବଂ ବିଜ୍ଞାନ ଅନୁସାରେ ଚାନ୍ଦିର ଗୋଡ଼ମୁଦି ପିନ୍ଧିବା ଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । କୌଣସି ବିବାହିତା ମହିଳା ନିଜ ଗୋଡ଼ମୁଦି ହଜାଇବା ଅନୁଚିତ୍ । ମହିଳାମାନେ ନିଜ ଗୋଡ଼ମୁଦି ବାହାର କରି ଆଉ କାହାକୁ ଦେବା ଅନୁଚିତ୍ କାରଣ ଏପରି କରିବା ଦ୍ବାରା ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ ।
ଏହା ବ୍ୟତୀତ ସେମାନେ କରଜରେ ବୁଡ଼ି ଯାଇଥାନ୍ତି ଏବଂ ଏହି କାରଣରୁ ମାନସିକ ସମସ୍ୟା ମଧ୍ୟ ହୋଇଥାଏ । ଆପଣଙ୍କ ସ୍ବାମୀଙ୍କ ଜୀବନରେ ଆସୁଥିବା ଧନର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ । ବେଦରେ କୁହାଯାଇଛି ଯେ ମହିଳାଙ୍କୁ ଏପରି ପାଉଁଜି କିମ୍ବା ଗୋଡ଼ ମୁଦି ପିନ୍ଧିବା ଉଚିତ୍ ଯେଉଁଥିରୁ ହାଲୁକା ଶବ୍ଦ ହେଉଥିବ ଯାହା ଦ୍ବାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ ।






