

ସତ୍ୟଶିଖା( ଭୁବନେଶ୍ୱର )୨୦.୦୭ . ୨୦୨୨: ଦିବଗଂତ ILS ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ମରଶରୀର ଗୌହାଟୀରୁ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଡ. ପରିଡ଼ାଙ୍କ ମୃତଦେହ ପହଞ୍ଚିବା ପରେ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଜନ୍ମମାଟି ଯାଜପୁର ଜିଲ୍ଲା ଭଗବାନପୁରରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହେବ । ଏହି ସମୟରେ ଯାଜପୁର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୁଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ରହିବେ। ଡା. ପରିଡ଼ାଙ୍କ ଅକାଳ ବିୟୋଗକୁ ତାଙ୍କ ପରିବାର ଲୋକେ ସହଜେ ବିଶ୍ୱାସ କରିପାରୁ ନ ଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।