ଦେଶ

ଲକଡାଉନ୍ ପରେ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ: ଲକଡାଉନ୍ ଶେଷ ହେବା ପରେ ବାକି ଥିବା ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ। ସିବିଏସଇ ବୋର୍ଡ କତ୍ତୃପକ୍ଷ ଆଜି ସ୍ପଷ୍ଟ କରିଛନ୍ତି। ବୁଧବାର ସିବିଏସଇ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ବାକି ଥିବା ୧୦ମ ବୋର୍ଡ ପରୀକ୍ଷାକୁ ନେଇ ଅନେକ ଆଲୋଚନା ହେଉଛି। ହେଲେ ଏପ୍ରିଲ ୧, ୨୦୨୦ରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ବୋର୍ଡ କତ୍ତୃପକ୍ଷ କାଏମ ରହିଛନ୍ତି।ଲକଡାଉନ୍ ଶେଷ ହେଲେ ବାକି ଥିବା ୨୯ଟି ବିଷୟରେ ପରୀକ୍ଷା ହେବ ବୋଲି ସିବିଏସଇ ଟୁଇଟ୍ କରି କହିଛି।

ଆହୁରି ପଢ଼ନ୍ତୁ

୨୦୧୯-୨୦ ଶିକ୍ଷାବର୍ଷ ଶେଷ ହୋଇ ଆସୁଥିବା ବେଳେ କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ୍ ରହିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଏଭଳି ସ୍ଥିତିରେ ୧୦ମ ଶ୍ରେଣୀ ପରୀକ୍ଷା ଆଉ ହେବ ନାହିଁ ବୋଲି କିଛି ଖବର ପ୍ରକାଶ ପାଇଥିଲା। ଏହି ଖବର ଗୁଜବ ବୋଲି ସିବିଏସଇ କହିଛି।



[ad_2]

Show More
Back to top button