ସତ୍ୟଶିଖା( ପାଲଲହଡ଼ା )୨୩.୦୮ . ୨୦୨୨: ସବ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପ କାରାଗାର ସ୍ଥାନାନ୍ତର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ଆଜି ପାଲଲହଡ଼ା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଏହି ବନ୍ଦ ପାଳନ କରାଯିବ।
ଆବଶ୍ୟକ ସେବାକୁ ଛାଡ଼ିଦେଲେ ବାକି ଦୋକାନ ବଜାର,ଗାଡ଼ି ଚଳାଚଳ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦି ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସେହିପରି ୧୪୯ ନମ୍ବର ଜାତୀୟ ରାଜପଥ ଓ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଏହି ବନ୍ଦରେ ବଣିକ ସଂଘ, ସାମ୍ବାଦିକ ସଂଘ, ଘରୋଇ ବସ୍ ମାଲିକ ସଂଘ, କେନ୍ଦ୍ରୀୟ ପୂଜା କମିଟି, ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାବସେବୀ ସଂଗଠନ, ଜନ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସାମିଲ ହୋଇଛନ୍ତି। ସାଧାରଣ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ, ସବୁ ରାଜନୈତିକ ଦଳର ଲୋକେ ଏକଜୁଟ ହୋଇ ଓକିଲଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଦାବି ପୂରଣ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି ସଂଘ ସଭାପତି ଚେତାବନୀ ଦେଇଛନ୍ତି।