ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହିସବୁ ଜିନିଷ


ସତ୍ୟଶିଖା (ଭୁବନେଶ୍ୱର) ୯/୧୧/୨୦୨୦ : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ । ଧନତେରସ ଦୀପାବଳି ପୂର୍ବରୁ ପଡେ । ଧନତେରସ ଠାରୁ ଦୀପାବଳି ପାଳନ କରାଯାଏ । ଚଳିତ ବର୍ଷ ଧନତେରସ ନଭେମ୍ବର ୧୩ ତାରିଖରେ ପାଳନ କରାଯିବ । ଧନତେରସ ଦିନ ଧାତୁ କିଣିବାର ବିଶେଷ ମହତ୍ତ୍ୱ ରହିଛି । ଧନତେରସ ଦିନ ସୁନା ରୁପା କିଣିଲେ ଘରକୁ ସୁଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଧନତେରସ ଭଳି ଶୁଭ ଦିନରେ ସୁନା ରୁପା ଭଳି ଧାତୁ କିଣିଲେ ମାତା ଲକ୍ଷ୍ମୀ, ଧନ୍ଵନ୍ତରୀ ଓ ଧନର ଦେବତା କୁବେରଙ୍କ ଆଶୀର୍ବାଦ ପ୍ରାପ୍ତ ହେବାସହ ଘରେ ସୁଖ ସମୃଦ୍ଧି ବଜାୟ ରହେ ବୋଲି ବିଶ୍ୱାସ ରହିଛି । ତେବେ ଧନତେରସ ଦିନ କଣ କିଣିବା ଉଚିତ ତାହା ସାଧାରଣତଃ ସମସ୍ତେ ଜାଣିଥାନ୍ତି କିନ୍ତୁ କଣ କିଣିବା ଅନୁଚିତ ତାହା ସମ୍ଭବତଃ ବହୁତ କମ ଲୋକ ଜାଣିଥାନ୍ତି । ଧନତେରସ ଦିନ କଣ କିଣିବା ଅନୁଚିତ ଜାଣନ୍ତୁ :
ଧନତେରସ ଦିନ ଲୁହା ବସ୍ତୁ କିଣିବା ଉଚିତ ନୁହେଁ । ଏହି ଦିନ ଲୁହାରେ ତିଆରି ବସ୍ତୁ ଘରକୁ ଆଣିଲେ ରାହୁ ଗ୍ରହଙ୍କ ଅଶୁଭ ଛାଇ ପଡିଥାଏ । ରାହୁଙ୍କ ନଜର ପଡିବା ପରେ ଘରେ ନାନା ସମସ୍ୟା ଦେଖାଦେଇଥାଏ ।
କାଚର ସମ୍ବନ୍ଧ ମଧ୍ୟ ରାହୁ ଗ୍ରହ ସହ ଅଛି ବୋଲି କୁହାଯାଏ । ସେଥିପାଇଁ ଧନତେରସ ଦିନ କାଚରେ ତିଆରି ବସ୍ତୁ କିଣିବା ଅନୁଚିତ । ଧନତେରସ ଦିନ ବାସନ କିଣିବା ପରମ୍ପରା ମଧ୍ୟ ରହିଛି । ଷ୍ଟିଲ ମଧ୍ୟ ଲୁହାର ଏକ ରୂପ। ସେଥିପାଇଁ ଧନତେରସ ଦିନ ଷ୍ଟିଲ ବାସନ କିଣିବା ଅନୁଚିତ । ଷ୍ଟିଲ ପରିବର୍ତେ ତମ୍ବା ବାସନ କିଣିପାରିବେ ।
ଧନତେରସ ଦିନ କଳା ରଙ୍ଗର କୌଣସି ସାମଗ୍ରୀ ଘରକୁ ଆଣିବା ଉଚିତ ନୁହେଁ । ଧନତେରସ ଅତ୍ୟନ୍ତ ଶୁଭ ଦିନ । କିନ୍ତୁ କଳା ରଙ୍ଗକୁ ଦୁର୍ଭାଗ୍ୟର ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ ଧନତେରସ ଭଳି ଶୁଭ ଦିନରେ କଳା ରଙ୍ଗର ଜିନିଷ କିଣିବା ଅନୁଚିତ। ଧନତେରସ ଦିନ ଛୁରୀ, କଇଁଚି ଭଳି ଧାରୁଆ ଅସ୍ତ୍ର କିଣିବା ଉଚିତ ନୁହେଁ । ଏହିଭଳି ଶୁଭ ଦିନରେ ଅସ୍ତ୍ର କିଣିବା ବର୍ଜନୀୟ ବୋଲି କୁହାଯାଏ ।