ଦେଶନ୍ୟୁଜ୍

ଆଜିଠୁ ୩ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ

ସତ୍ୟଶିଖା( ଗାନ୍ଧୀନଗର )୧୮.୦୪.୨୦୨୨  : ଆଜିଠୁ ୩ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi Visit Gujarat) । ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗୁଜୁରାଟ ଗସ୍ତରେ ରହିବେ । ଏହି ୩ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ ସ୍ଥାନ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ଗାନ୍ଧୀନଗର, ବନାସଡେରୀ, ଜାମନଗର ଏବଂ ଦୋହୋଡରେ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

  • ଆସନ୍ତାକାଲି ସକାଳ ୯ଟା ୪୦ରୁ ୧୧ଟା ୩୦ ମଧ୍ୟରେ ଦିଓଦାରରେ ବନାସଡେରୀ ପ୍ରକଳ୍ପର ଉଘାଟନ କରିବେ । ଏହାପରେ ଜାମନଗରରେ ୧ ଟା୩୦ରେ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟ ଭବନ ଏବଂ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ କେନ୍ଦ୍ର ପାରମ୍ପାରିକ ଚିକିତ୍ସାର ଶୁଭାରମ୍ଭ କରିବେ ।
  • ଏପ୍ରିଲ ୨୦ରେ ସକାଳ ୧୦ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଗ୍ଲୋବାଲ ଆୟୁର୍ବେଦ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନରେ ଗୋଧରା ଏବଂ ପଞ୍ଚମହଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
Show More
Back to top button