ନ୍ୟୁଜ୍ରାଜ୍ୟ

ଅନୁଗୁଳରେ ନିର୍ମାଣ ହେବ ଆଲୁମିନିୟମ ପାର୍କ

ସତ୍ୟଶିଖା (ଭୁବନେଶ୍ୱର) ୧୯.୦୫.୨୦୨୨:  ରାଜ୍ୟ କ୍ୟାବିନେଟ ବୈଠକରେ ଅନୁଗୁଳ  ଆଲୁମିନିୟମ ପାର୍କକୁ ମିଳିଲା ମଞ୍ଜୁରୀ । ୪୨୮.୯୫ କୋଟି ବ୍ୟୟରେ ନିର୍ମାଣ ହେବ ଏହି ପାର୍କ । ଏହି ମେଗା ଆଲୁମିନିୟମ୍ ପାର୍କର ବିକାଶ ପାଇଁ  IDCO ମାଧ୍ୟମରେ କାର୍ୟ୍ୟକାରୀ ହେବାକୁ ଥିବା “ମେଗା ଆଲୁମିନିୟମ୍ ପାର୍କ, ଅନୁଗୋଳର ବିକାଶ ପାଇଁ ଆର୍ଥିକ ସହାୟତା” ନାମକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି ।

ଅନ୍ୟ ରାଜ୍ୟଗୁଡିକରେ ଶିଳ୍ପାୟନର ବର୍ତ୍ତମାନର ସ୍ଥିତି ପରିପ୍ରେକ୍ଷୀରେ ରାଜ୍ୟରେ ବିକଶିତ ହେଉଥିବା ଶିଳ୍ପ ପାର୍କରେ ଉଦ୍ୟୋଗୀମାନଙ୍କୁ ଆକର୍ଷିତ କରିବା ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ସହିତ ପ୍ରତିଯୋଗିତାମୂଳକ ମୂଲ୍ୟରେ ବିକଶିତ ଜମି ଯୋଗାଇବା ଆବଶ୍ୟକତା ରହିଛି । ମେଗା ଆଲୁମିନିୟମ ପାର୍କର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକ ବଜେଟ୍ ସହାୟତା ପ୍ରଦାନ କରିଛନ୍ତି । ଏହି ନୂତନ ପାର୍କର ବିକାଶ କାର୍ୟ୍ୟକୁ ଭିଜନ ୨୦୨୫ ଅନୁଯାୟୀ ଫୋକସ୍ ସେକ୍ଟର ଅଧୀନରେ ରଖାଯାଇଛି ଏବଂ ନିୟମିତ ଭାବରେ 5T  ଫ୍ରେମୱାର୍କ ମାଧ୍ୟମରେ ମନିଟରିଂ କରାଯାଉଅଛି ।

ରାଜ୍ୟ ସରକାର ମେଗା ଆଲୁମିନିୟମ ପାର୍କର ବିକାଶ ପାଇଁ ମୋଟ ୪୨୮.୯୫ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେବେ ଏହି ପାର୍କ ନିର୍ମାଣ ପାଇଁ ୩ ବର୍ଷ ଧାର୍ୟ୍ୟ କରାଯାଇଛି ।

Show More
Back to top button