ଘରୋଇ ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ l


ସତ୍ୟଶିଖା (ବଲାଙ୍ଗୀର) ୬ .୦୯.୨୦ ୨୦ : ଘରୋଇ ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ତୁଷୁରା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପହଁଚିଛି ୩ ଜଣିଆ ତଦନ୍ତକାରୀ ଟିମ୍ । ଗୁଡ଼ଭେଳା ବ୍ଲକ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲର ବିଭିନ୍ନ ଅଧିକାରୀଙ୍କ ସହ ଶିକ୍ଷକଙ୍କୁ ପଚରା ଉଚରା କରିଛନ୍ତି ଟିମ୍ । ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ତେବେ ଶୁକ୍ରବାର ଏ ନେଇ ଡିସିପିୟୁ ପକ୍ଷରୁ ତତ୍ପରତା ଦେଖାଇବା ସହ ଉଭୟ ପୀଡିତ ଛାତ୍ର ଓ ଅଭିଯୋଗକାରିଣୀ ମାଆଙ୍କୁ ବଲାଙ୍ଗୀରର ପୋକସୋ କୋର୍ଟରେ ହାଜର କରିଥିଲେ ।
କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ଧାରାରେ ପୀଡିତ ଓ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ଶନିବାର ସ୍କୁଲକୁ ୩ ଜଣିଆ ଟିମ୍ ଯାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ପୀଡିତ ଛାତ୍ରଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।