

ସତ୍ୟଶିଖା (ଭୁବନେଶ୍ୱର)୧୫.୦୧.୨୦୨୨: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ପୁଣି ଓମିକ୍ରନ ଡରାଇଲାଣି । ରାଜ୍ୟରେ ଆଜି ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଓମିକ୍ରନ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି ।
ସେହିପରି ଗତ ଡିସେମ୍ବର ୨୧ ତାରିଖରେ ଓଡିଶାରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଡିସେମ୍ବର ୨୧ ତାରିଖରେ ୨ ଜଣ ପ୍ରଥମେ ଚିହ୍ନଟ ହୋଇଥିଲେ । ଏହାପରେ ଜାନୁଆରୀ ୧୨ ତାରିଖରେ ଏକା ଥରକେ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଜି ପୁଣି ୩୨ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚିନ୍ତା ବଢିବାରେ ଲାଗିଛି ।
ସେହିପରି ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୩ ଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ୫୦୦ ତଳେ ରହୁଥିବା ସଂକ୍ରମଣ ଏବେ ୧୦ ହଜାର ଟପି ସାରିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।