ସିନେମା

ସଞ୍ଜୟଙ୍କୁ ଜବାବ ଦେଲେ ସୋନୁ | Satyasikha

ମୁମ୍ୱାଇ: ଲକଡାଉନରେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା ଭଳି ମହାନ୍‌ କାର୍ଯ୍ୟ ପାଇଁ ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କର ଚାରିଆଡ଼େ ପ୍ରଶଂସା କରାଯାଉଛି। କିନ୍ତୁ ଶିବସେନା ନେତା ବିଜୟ ରାୱତ୍‌ ତାଙ୍କୁ ସମାଲୋଚନା କରିବା ସହିତ ସେ ରାଜନୀତି କରୁଛନ୍ତି ବୋଲି ଦୁଇଦିନ ତଳେ କହିଥିଲେ, ଯାହା ବିବାଦ ସୃଷ୍ଟି କରିଥିଲା।

ଆହୁରି ପଢ଼ନ୍ତୁ

ଏହି ଘଟଣାକୁ ନେଇ ଏବେ ମୁହଁ ଖୋଲିଛନ୍ତି ସୋନୁ ସୁଦ୍‌ । ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ କାହାକୁ ଖାତିର କରେ ନାହିଁ। ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେଙ୍କ ସହିତ ମୋର ମିଟିଙ୍ଗ୍‌ ଭଲ ରହିଥିଲା। ସଞ୍ଜୟ ରାୱତ୍‌ ଜଣେ ଭଲ ଲୋକ, ମୁଁ ତାଙ୍କର ସମ୍ମାନ କରେ। ରାଜନୀତିକୁ ଯିବାକୁ ମୋର କୌଣସି ଉଦ୍ଦେଶ୍ୟ ନାହିଁ। ଜଣେ ଅଭିନେତା ଭାବରେ ମୁଁ ମୋର କାମ କରି ଖୁସି ପାଉଛି। ବର୍ତ୍ତମାନ ମୋ ପାଖରେ କରିବା ପାଇଁ ବହୁତ କାମ ଅଛି। ତେଣୁ ମୁଁ ରାଜନୀତିକୁ ଆସିବି ନାହିଁ।’

ସୂଚନାଯୋଗ୍ୟ, ଦୁଇଦିନ ତଳେ‌ ସୋନୁଙ୍କୁ ଟାର୍ଗେଟ୍‌ କରି ବିଜୟ ରାୱତ୍ କହିଥିଲେ, ବିଜେପିର କହିବା ଅନୁସାରେ ସୋନୁ ଶ୍ରମିକଙ୍କୁ ଘରେ ପହଞ୍ଚାଇବାର କାମ କରୁଛନ୍ତି। ଏହା ତାଙ୍କର ଏକ ରାଜନୈତିକ କାର୍ଯ୍ୟ। ସେ ବିଜେପି ଇସାରାରେ ସବୁକିଛି କରୁଛନ୍ତି। କିଛି ଦିନ ପରେ ସୋନୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏବଂ ଉତ୍ତର-ପ୍ରଦେଶ ଓ ବିହାର ପାଇଁ ପ୍ରଚାର କରିବେ। ସୋନୁ ଭାରତୀୟ ଜନତା ପାର୍ଟିର ଜଣେ କଣ୍ଢେଇ।’

ସଞ୍ଚୟଙ୍କର ଏହି ବୟାନକୁ ନେଇ ଅନେକ ଆଲୋଚନା ଦେଖିବାକୁ ମିଳିଥିଲା। ପରେ ସୋନୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଭେଟିବାକୁ ଯାଇଥିଲେ। ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେଙ୍କ ସହିତ ସୋନୁଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା।



[ad_2]

Show More
Back to top button