ନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ଚନ୍ଦକା ଅଭୟାରଣ୍ୟରେ ପକ୍ଷୀ ଗଣନା, ଆସିଛନ୍ତି ୨୧୯୪୮ ପକ୍ଷୀ

ସତ୍ୟଶିଖା ୧୧/୦୧/୨୦୨୧ : ଚନ୍ଦକା ଅଭୟାରଣ୍ୟରେ ପକ୍ଷୀଗଣନା ଶେଷ ହୋଇଛି । ଚଳିତବର୍ଷ ଅଭୟାରଣ୍ୟକୁ ୨୧୯୪୮ ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଅଧିକ ୫୯୩୫ ପକ୍ଷୀ ଆସିଥିବା ବେଳେ ୨୭ ପ୍ରଜାତିର ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛନ୍ତି । ଶନିବାର ଅଭୟାରଣ୍ୟର ୪ଟି ରେଞ୍ଜକୁ ନେଇ ପକ୍ଷୀଗଣନା କରାଯାଇଥିଲା । ଏଥିରେ ଶହେରୁ ଅଧିକ ଛାତ୍ରଛାତ୍ରୀ, ବିଭାଗୀୟ ଅଧିକାରୀ, ସ୍ବେଚ୍ଛାସେବୀ, ଭାଗ ନେଇଥିଲେ । ଚନ୍ଦକା ରେଞ୍ଜର ଭାଲୁଗାଁପାଟ, ଭୁଆସୁଣୀ, ବାରିମିଆ ପୋଖରୀ, ପୁରୀ କେନାଲ, ଝୁମୁକା ଓ କୁମାରଖୁଣ୍ଟି, ଭୁବନେଶ୍ୱର ରେଞ୍ଜର ଏକାମ୍ରକାନନ, କୂଅସୌରା, ଢିମାଖାଲ, ଦାରୁଠେଙ୍ଗ ପୋଖରୀ, ପ୍ରଶାନ୍ତି ବିହାର, ହଳଦିଆ ରେଞ୍ଜର ମାଡୁଆ, ପଣୁସଝର, ଲାଙ୍ଗୁଡ଼ି, କଜଳାଗଣ୍ଡ, ଗୁପ୍ତପଡ଼ାଗଣ୍ଡ, କନ୍ଧରେଇ, ଅମ୍ବିଲେ ଏବଂ ଡମପଡ଼ା ରେଞ୍ଜର ପାଥିପୁର, ଘସିପୁର, ମୁଣ୍ଡୁଳି, ନରାଜ ଓ ଗହଳବାଙ୍କରେ ପକ୍ଷୀ ଗଣନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଚନ୍ଦକା ବନଖଣ୍ଡ ଅଧିକାରୀ କେଦାରନାଥ ସ୍ୱାଇଁ, ଏସିଏଫ୍ ହିମାଂଶୁ ଶେଖର ମହାନ୍ତି, ରମାକାନ୍ତ ନାୟକ, ଗିରୀଶ ଚନ୍ଦ୍ର ଶତପଥୀ, ସେଞ୍ଚୁରିଆନ କଲେଜର ଡାକ୍ତର ଶିବପ୍ରସାଦ ପରିଡ଼ା, ରମାକାନ୍ତ ବିଶ୍ୱାଳ, ପକ୍ଷୀପ୍ରେମୀ ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ ।

Show More
Back to top button